-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ବିନିକା(ହିମାଂଶୁ ଶେଖର ପୁଟେଲ): ଆଜି ଭୋର ସକାଳେ ଶୌଚ ପାଇଁ ଯାଇଥିବା ଜଣେ ବ୍ୟକ୍ତି ବାରହା ଆକ୍ରମଣର ଶିକାର ହେବାପରେ ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡ଼ିଛି ।ଘଟଣାଟି ଘଟିଛି ବିନିକା ଥାନା ଅଡାକସା ଗ୍ରାମରେ ।ଗ୍ରାମର ଘୁଟୁ ମହାକୁର ଭୋର ସକାଳେ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା ଠିକ ଏହି ସମୟରେ ଏକ ଜଂଗଲୀ ବାରହା ତାଙ୍କୁ ଆକ୍ରମଣ କରିଥିଲା ।ଫଳରେ ସେ ଚିତ୍କାର କରିଥିଲେ ।ଆଖପାଖର ଲୋକେ ଜାଣିବା ପରେ ତ୍ୱରିତ ସେହି ସ୍ଥାନକୁ ଯାଇ ହୋ ହାଲ୍ଲା କରିବା ପରେ ଜଂଗଲୀ ବାରହା ସେହି ସ୍ଥାନରୁ ଚାଲିଯିବାରୁ ଗ୍ରାମବାସୀ ଘୁଟୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।ବାରହା ଆକ୍ରମଣରେ ଘୁଟୁ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ।ପରେ ପରିବାର ଓ ଗାଁ ଲୋକେ ତତକ୍ଷଣାତ୍ ବିନିକା ଡାକ୍ତରଖାନାରେ ଭର୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ।ବର୍ତମାନ ସେ ବୁର୍ଲାରେ ଚିକିତ୍ସାଧୀନ ଥିବା ଜଣାପଡିଛି ।