-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଦୀର୍ଘ ୩୦ ବର୍ଷ ପରେ ପଂଚାୟତକୁ ଜମି ହାତେଇବା ପାଇଁ ମିଳିଲା ନ୍ୟାୟ

22-May-2023



କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା )
 ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଗ୍ରାମ ପଂଚାୟତ ଅଫିସ ପାଇଁ ମିଳିଥିବା ଜମି ର ମାଲିକାନା ହାସଲ କରିବା ପାଇଁ ଦୀର୍ଘ ୩୦ ବର୍ଷ ସଂଘର୍ଷ କରାଯାଇଥିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛି ।  ଘଟଣାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଚଳା ଗ୍ରାମପଞ୍ଚାୟତ ରୁ ସ୍ବତନ୍ତ୍ର ଭାବେ ୧୯୯୨ ମସିହାରେ କାଲୋପଲା ଗ୍ରାମପଞ୍ଚାୟତ ଗଠିତ ହୋଇଥିଲା । ଦତ୍ତ ପତ୍ର ସଂଖ୍ୟା ୧୪୮୪ ତା ୨୨.୦୭.୧୯୯୨ ରେ ଶକୁନ୍ତଳ ଗୌଡ ଖାତା ନମ୍ବର ୯୩ ପ୍ଲଟ ନମ୍ବର ୫୧୦ ରୁ ୮ ଡିସମିଲ ଜମି ଉପଖଣ୍ଡ ପଂଚାୟତ ଅଧିକାରୀ ଙ୍କ ନାମରେ ହସ୍ତାନ୍ତର କରିଥିଲେ ହେଁ ମ୍ୟୁଟେସନ ହୋଇ ପାରି ନ ଥିଲା କିମ୍ବା ପଂଚାୟତ ଖାତାକୁ ଆସି ପାରି ନ ଥିଲା । 
       ଅନ୍ୟ ପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ରେ ପ୍ଲଟ ନମ୍ବର ୫୧୦ ପରିବର୍ତ୍ତେ ୫୦୯ ଉପରେ ପଂଚାୟତ ଅଫିସ ଗୃହ ନିର୍ମାଣ ହୋଇଯାଇଥିଲା ।  ଏ ସମ୍ପର୍କରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୩୬୦ ତା୨୭.୦୧.୨୦୦୨ ଅନୁସାରେ ଉକ୍ତ ଜମି ସଙ୍କ୍ରାନ୍ତୀୟ ସଂଶୋଧନ ଡିଡ ନଂ ୧୭୩/୨୦୦୨ ରେ ସଂଶୋଧନ କରାଯାଇଥିଲା କିନ୍ତୁ ପ୍ଲଟ ନମ୍ବର ୫୦୯ ରେ ଥିବା ୧୦ ଡିସମିଲ ମଧ୍ୟରୁ ୩ ଡିସମିଲ ଲେଖାଏ ଦୁଇଥର ବିକ୍ରି କବଲା କରାଯାଇ ମାତ୍ର ୪ ଡିସମିଲ ଜମି ବଳକା ଥିଲା । ତନ୍ମଧ୍ୟରୁ ମାତ୍ର ୩ ଡିସମିଲ ଜମି ହିଁ ଦାଖଲ ଖାରଜ ହୋଇଥିବା ବେଳେ ୭ ଡିସମିଲ ଜମି ବଳକା ଥିଲା ଅ ଯାହା ଫଳରେ ସେହି ୪ ଡିସମିଲ ଜମି ଉପରେ ହିଁ କଲୋପଲା ପଂଚାୟତ ଅଫିସ ଗୃହ ନିର୍ମାଣ କରିବାକୁ ବିଭାଗ ବାଧ୍ୟ ହେଲା ଏବଂ ପଂଚାୟତ କୁ ହସ୍ତାନ୍ତର ହୋଇଥିବା ୮ ଡିସମିଲ ଜମି ଆସି ପାରି ନ ଥିଲା ।   
    ଏ ସମ୍ପର୍କରେ କଲୋପଲା ସମିତି ସଭ୍ୟ ସତ୍ୟ ନାରାୟଣ ବେହେରା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପଂଚାୟତ ଜମି ପଂଚାୟତ ର ଖାତାକୁ ଆଣିବାକୁ ଆବେଦନ କରିଥିଲେ । ବିଡିଓ ଙ୍କ ଠାରୁ ଆରଡିସି ପର୍ଯ୍ୟନ୍ତ କୁ ଶ୍ରୀ ବେହେରା ଆବେଦନ କରିବା ପରେ ସୁଫଳ ନ ମିଳିବାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ବାରସ୍ତ ହୋଇଥିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡବ୍ଲ୍ୟୁ ପି ସି ୧୫୬୭୯/୨୦୧୯ ରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପଂଚାୟତ ଖାତାରେ ଉକ୍ତ ଜମି ଦରଜ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ମିସ କେସ ନମ୍ବର ୦୧/୨୦୨୦ ରେ ଜୁନାଗଡ ତହସିଲଦାର ଙ୍କ ପାଖରେ ମ୍ୟୁଟେସନ କେଶ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ତଦନୁସାରେ ଶ୍ରୀ ବେହେରା ଜୁନାଗଡ ତହସିଲଦାର ଙ୍କ ପାଖରେ ଖାତା ନମ୍ବର ୯୩ ପ୍ଳଟ ନମ୍ବର ୫୦୯ ବାରି ମାମୁଲି ୮ ଡିସମିଲ ଜମି ପାଇଁ ମ୍ୟୁଟେସନ କେଶ ନମ୍ବର ୬୦୨/୨୦୨୧ ଦାଖଲ କରିଥିବା ବେଳେ ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ ଖାରଜ କରିଦେଇଥିଲେ ଅ ସେଥିପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଦାଲତରେ ଅପିଲ କେଶ ନମ୍ବର ୦୨/୨୦୨୧ ଦାଖଲ କରିବା ପରେ ମାନ୍ୟବର ଉପଜିଲ୍ଲାପାଳ ବେଦ ଭୂଷଣ ସମସ୍ତ ବିଷଯ ବସ୍ତୁ ଉପରେ ବିଚାର କରି ରେଜିଷ୍ଟ୍ରି ଦଲିଲ ଆଧାରରେ ଦାଖଲ ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଜୁନାଗଡ ତହସିଲଦାର ପ୍ଳଟ ନମ୍ବର ୫୦୯ ରେ ଥିବା ୭ ଡିସମିଲ ଜମିକୁ କଲୋପଲା ପଂଚାୟତ ତରଫରୁ ଧର୍ମଗଡ ଉପଖଣ୍ଡ ପଂଚାୟତ ଅଧିକାରୀଙ୍କ ନାମରେ ଖାତା ନମ୍ବର ୯୫/୪୮୭  ଅନୁସାରେ ଗତ ତା ୦୨.୦୫.୨୦୨୩ ଦିନ ଦାଖଲ ଖାରଜ କରିଥିବା ଜଣାପଡିଛି ।  ଦୀର୍ଘ ୩୦ ବର୍ଷ ନ୍ୟାୟ ମିଳିବ ପାଇଁ ସଂଘର୍ଷ କରିବା ପରେ ୮ ଡିସମିଲ ଜମି ମଧ୍ୟରୁ ୭ ଡିସମିଲ ଜମି ପଂଚାୟତ ଖାତାକୁ ଆସି ଥିବା ବେଳେ ଆଉ ୧ ଡିସମିଲ ଜମି ମିଳିପାରିନ ଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like