-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
22-May-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପରିସରରେ ଥାନା ପୋଲିସ ତରଫରୁ ଆତଙ୍କବାଦ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଏଥୁରେ ଥାନା ପରିସରରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତରହୀ ଆତଙ୍କବାଦ, ହିଂସା ବିରୋଧରେ ଲଢିବା, ସମାଜରେ ସାମାଜିକ ସଦଭାବ ବୁଝାବଣା ଶାନ୍ତି ସ୍ଥାପନ କରିବା ଆଦି ଉପରେ ଆଇଆଇସି କର୍ମଚାରୀ ମାନଙ୍କୁ କହିଥିଲେ । ଏହାପରେ ସମସ୍ତେ ମିଳିତ ଭାବେ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଶିଶିରକାନ୍ତ ଘୋଷ ଓ ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ପୋଲୋଶ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।