-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ନକଲିନୋଟ ଜବତ ଘଟଣାରେ ପୋଲିସର ଭୂମିକା ସନ୍ଦେହଘେରରେ, ଗାଉଁଲିପିଲାଙ୍କୁ କୋର୍ଟଚାଲାଣ,ବଣ୍ଟି ଗୁପ୍ତାକୁ ଛାଡିବାରେ ବଡ ଡିଲ୍ ଅଭିଯୋଗ

05-May-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ପୋଲିସ ନିଜରେ ଭାବମୂର୍ତ୍ତି ସଜାଡିବାକୁ ଗତ କିଛିମାସ ଆଗରୁ ଉଦ୍ୟମ କରିଥିଲା । କିଛି ଅପରାଧିଙ୍କୁ ଗିରଫ୍ କରିମ କୋର୍ଟଚାଲାଣ ସହିତ ତାଙ୍କର ବେଆଇନ ଘର ଓ ଆଡ୍ଡାକୁ ଭାଙ୍ଗିଦେଇଥିଲା । କିନ୍ତୁ ଏବେ ଟିଟିଲାଗଡ ପୋଲିସର କଳାକାରନାମାକୁ ନେଇ ପୋଲିସ ଉପରକୁ ଆଙ୍ଗୁଳି ଉଠିଛି । ନକଲି ନୋଟ ଜବତ ମାମଲାରେ କଣ୍ଟାବାଞ୍ଜିର ଜଣେ ଯୁବକକୁ ଛାଡିଦେଇ ବାକି ୪ଜଣଙ୍କୁ କୋର୍ଟ ଚାଲାଣ କରାଯିବାରେ ଏକ ବଡଡିଲ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି । କଣ୍ଟାବାଞ୍ଜିର ବଣ୍ଟି ଗୁପ୍ତା ନାମକ ଜଣେ ନାମକରା ଯୁବକକୁ ଛାଡିବାରେ ପୋଲିସର କାର୍ଯ୍ୟକଳାପ ଉପରେ ଜନସାଧାରଣ ପ୍ରଶ୍ନ ଉଠାଉଛନ୍ତି । ଯେଉଁ ଯୁବକ ନକଲି ନୋଟ ସପ୍ଲାଇ କରିଥିବା ଅଭିଯୋଗ ହୋଇଥିଲା ତାକୁ କିପରି ପୋଲିସ ଛାଡିଦେଲା ତାହା ଏବେ ସବୁଠି ଚର୍ଚ୍ଚା । ପ୍ରକାଶ୍ୟ ଯେ,ଗତ କିଛିମାସ ତଳେ କଣ୍ଟାବାଞ୍ଜିର ଏକ ଲଜ୍‌ରୁ କେତେକ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରି ଜୁଆଡି ସଜାଇ କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ସେମାନଙ୍କ ପାଖରୁ ଜବତ ହୋଇଥିବା ପ୍ରାୟ ୬୦ଲକ୍ଷ ଟଙ୍କା ତତକାଳିନ ଏସଡିପିଓ ହଡପକରିଥିବା ଅଭିଯୋଗ ହୋଇଥିଲା । ସେ ସମୟରେ ଏସପି ନୀତିନ କୁସଲକର ଘଟଣାର ତଦନ୍ତ କରି ଏସଡିପିଓଙ୍କୁ ନିଳମ୍ବନ କରିଥିଲେ । ଏବେ ନକଲି ନୋଟ ଜବତ ଘଟଣାରେ ଟିଟିଲାଗଡର ଏସଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ରଂଜନ ବରିହା ସନ୍ଦେହ ଘେରକୁ ଆସିଛନ୍ତି । ନକଲି ନୋଟ ସପ୍ଲାଇ କରିଥିବା ବ୍ୟବସାୟୀକୁ ଛାଡିଦେଇ ଅନ୍ୟମାନଙ୍କୁ ଗିରଫ କରିବା ପଛର ରହସ୍ୟକୁ ଉନ୍ମୋଚନ କରିବାକୁ ଦାବି ହେଉଛି । ବର୍ତ୍ତମାନ ବଲାଙ୍ଗୀର ଏସପି ନୀତିନ କୁସଲକର ଛୁଟିରେ ଅଛନ୍ତି । ତେଣୁ ବାଘ ଘରେ ମିରିଗ ନାଟ କଲାଭଳି ଏସଡିପିଓ ମହାଶୟା ତାଙ୍କର କଳାକାରନାମା ଦେଖାଉଛନ୍ତି ବୋଲି ଅଭିଯୋଗ ଉଠିଛି । ଘଟଣାରୁ ଜଣାପଡିଛି ଯେ,ଗତ ଦୁଇଦିନ ତଳେ ଟିଟିଲାଗଡ ନାରେନ ଗାଁରେ ଏକ ସ୍ଥାନରେ ଚଢାଉ କରି ୧୦ଲକ୍ଷ୫୦ ହଜାର ଟଙ୍କା ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତଥିବା ମୁରିବାହାଲ ଥାନାର ସିଲେଟପଡାର କ୍ଷୀରୋଦ୍ର ରଣା ସମେତ କଳାହାଣ୍ଡି ଜିଲ୍ଲାର କେଶବ ଭୋଇ,ଛବିଲାଲ ବାଗ,ତୁରାଙ୍ଗ ବାଗଙ୍କୁ ଗିରଫ କରିଥିଲା । ତେବେ ତଦନ୍ତ ବେଳେ ନୋଟଗୁଡିକ କ୍ଷୀରୋଦ୍ର ରଣା କଣ୍ଟାବାଞ୍ଜିର ଗୁପ୍ତା ବୁକ ଷ୍ଟୋରରମାଲିକ ବଣ୍ଟି ଗୁପ୍ତାଠାରୁ ଆଣିଥିବା ପୋଲିସକୁ କହିଥିଲା । ଫଳରେ ପୋଲିସ ବ୍ୟବସାୟୀ ବଣ୍ଟି ଗୁପ୍ତାକୁ ଉଠାଇ ଆଣି ପଚରାଉଚୁରା କରିଥିଲା ଣ୍ୱଣ୍ଟି କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନକରି ଚିଲଡ୍ରେନବ୍ୟାଙ୍କର ନକଲି ନୋଟ ବିକ୍ରି କରିଥିବା ସ୍ୱୀକାର କରିଥିବା ବେଳେ ଅନ୍ୟ ନକଲି ନୋଟ ଦେଇନଥିବା କହିଥିବା । ଏହି କଥାକୁ ବିଶ୍ୱାସ କରି ପୋଲିସ ବଣ୍ଟିକୁ ଛାଡିଦେଇଥିଲା । କିନ୍ତୁ ପୋଲିସ ଗତକାଲି ଟିଟିଲାଗଡ ଥାନାରେ କରିଥିବା ସାମ୍ବାଦିକ ସମ୍ବଳନୀ ବେଳେ କେବଳ ନକଲି ନୋଟ ପ୍ରଦର୍ଶୀତ କରାଇ ଚିଲ ଡ୍ରେନବ୍ୟାଙ୍କର ଖେଳନା ନୋଟକୁ ଦେଖାଇନଥିଲା କି ବଣ୍ଟି ବିଷୟରେ କିଛି କହିନଥିଲା । କୋର୍ଟ ଚାଲାଣ କରାଯାଇଥିବା ବ୍ୟକ୍ତିଙ୍କ ବିଷୟରେ କେବଳ କହିଥିଲା । ଫଳରେ ସାମ୍ବାଦିକଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେ,ବଣ୍ଟିକୁ ଛାଡିବାରେ ପୋଲିସ ଏକ ବଡରକମର ଡିଲ କରିଛି । କେତେକ ମଧ୍ୟସ୍ଥି ପୋଲିସ ସାଙ୍ଗରେ ଏହି ଡିଲ କରିଥିବା ଚର୍ଚ୍ଚା ହେଉଛି । ସେପଟେ କଣ୍ଟାବାଞ୍ଜିରେ ଅନେକ ସମୟରେ ନକଲି ନୋଟ କାରବାର ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ନକଲି ନୋଟ କାରବାର ଧରାପଡିଥିଲା । କିନ୍ତୁ ସେହି ନକଲି ନୋଟସବୁ କେଉଁଠି ଓ କିଏ ଛାପିଥିଲା ତଥା ଏହି ଅଞ୍ଚଳକୁ ଏହା ଆସିଲା କିପରି ତାହା ପୋଲିସ ଷ୍ପଷ୍ଟ କରିନଥିଲା । ବାରମ୍ବାର ନକଲି ନୋଟ ଧରାପଡୁଥିବା ଅଞ୍ଚଳରେ ପୋଲିସ ଏଭଳି ତଦନ୍ତ ଓ ଫିକ୍ସିଂକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଅଭିଯୁକ୍ତ କ୍ଷୀରୋଦ୍ର ରଣାଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ନିର୍ଦ୍ଦୋଶ ଓ ତାଙ୍କୁ କଣ୍‌ଟାବାଞ୍ଜିର ବଣ୍ଟି ଗୁପ୍ତା ହିଁ ନକଲି ନୋଟଦେଇ ଫସାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀର ଅତିରିକ୍ତ ଏସପି ସୁରେଶଚନ୍ଦ୍ର ନାଏକ ଏହି ନକଲି ନୋଟ ମାମଲାର ତଦନ୍ତ ଚାଲୁରହିଛି ଓ ବଣ୍ଟି ଏବେର ମଧ୍ୟ ପୋଲିସ ସ୍କାନରରେ ରହିଥିବା କହିଛନ୍ତି । ରାଜ୍ୟ ଗୃହବିଭାଗ ଏହି ଘଟଣାରେ ଏକ ସ୍ୱତନ୍ତ୍ର ତଦନ୍ତ କରାଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like