-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
05-May-2023
ଡୁଙ୍ଗୁରିପାଲି/ଏସ୍.ରାମପୁ(ଅରବିନ୍ଦ ମିଶ୍ର)-ଡୁଙ୍ଗୁରିପାଲି ମାରୱାଡି ଯୁବା ମଞ୍ଚ ବିଭିନ୍ନ ସମୟରେ ସମାଜ ସେବା କରି ଆସୁଅଛି । କରୋନା ସମୟରେ ସଚେତନତା, ମାକ୍ସ ବଣ୍ଟନ, ପାନୀୟ ଜଳ ବଣ୍ଟନ, ରକ୍ତଦାନ ଶିବିର, ସଡକ ସଚେତନତା ଭଳି କାର୍ଯ୍ୟ କରିଆସୁଅଛି ସମାଜ ସେବାରେ ଏଠିକାର ଏକ ଅଗ୍ରଣୀ ସଂସ୍ଥା ଭାବରେ ପରିଚିତ । ଆଜି ଉକ୍ତ ଯୁବା ମଞ୍ଚ ପକ୍ଷରୁ ରାମପୁରଠାରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ଦହି, ଥଣ୍ଡା ପାନୀୟ ବଣ୍ଟନ କରିଥିଲେ । ସେହି ପରି ଡୁଙ୍ଗୁରିପାଲି ସହରରେ ମଧ୍ୟ ଲୋକଙ୍କୁ ଉକ୍ତ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ । ଏଥିରେ ଯୁବା ମଞ୍ଚର ସଭାପତି ଅମିତ ଅଗ୍ରୱାଲ, ଉପସଭାପତି ରତାନ ଅଗ୍ରୱାଲ, ସଂପାଦକ ପ୍ରଦୀପ ଅଗ୍ରୱାଲ, ଯୁବା ଯୋଗେଶ ଅଗ୍ରୱାଲ, ମହେଶ ଅଗ୍ରୱାଲ, ଅଜିତ ଅଗ୍ରୱାଲ, ରାଜକୁମାର ଅଗ୍ରୱାଲ, ପିୟୁଷ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ଦିନେଶ ଅଗ୍ରୱାଲ , ସଙ୍କେତ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ ।