-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
05-May-2023
ଡୁଙ୍ଗୁରିପାଲି/ଏସ୍.ରାମପୁ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ପରିସରରେ ରାମପୁର ଥାନା ପୋଲିସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ରାମପୁର ଥାନାଧିକାରୀ ଭାନୁଶଙ୍କର ଯାଦବଙ୍କ ଆବାହାକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଅଧିକାରୀ ପୁଷ୍ପାଞ୍ଜଳୀ ନିଙ୍ଗୀ, ଡୁଙ୍ଗୁରିପାଲି ଥାନା ଧିକାରୀ ସତ୍ୟନାରାୟଣ ପଧାନ, ସମାଜସେବୀ ରମେଶ ପୁଜାରୀ, ରାମପୁର ସରପଞ୍ଚ ମନୋଜ ପୁରୋହିତ, ଉମେଶ ପୁଜାରୀ, ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ ,ସୁବର୍ଣ୍ଣପୁର ଜିଲ୍ଲା ହାବିଦାଲର ସଂଘର ସଭାପତି କୁମୁଦ ମେହେର, ସଂପାଦକ ମନୋଜ ପଣ୍ଡା ଉପସ୍ଥିତ ଥିଲେ । ରକ୍ତର ବିକଳ୍ପ ନାହିଁ । ଜଣେ ସୁସ୍ଥ ମଣିଷର ବଳକା ରକ୍ତରେ ଅନ୍ୟ ଜଣେ ମଣିଷକୁ ବଞ୍ଚାଇ ପାରିବ । ଯାହାକି ମଣିଷ ଜୀବନର ଶ୍ରେଷ୍ଠ ଦାନ ହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ମାରୱାଡି ଯୁବା ମଞ୍ଚ, ସେବା ଫାଉଣ୍ଡେସନ ସମେତ ବିଭିନ୍ନ ସଂଗଠନ ସହଯୋଗ କରିଥିଲେ । ସମାଜସେବୀ ଉମେଶ ପୁଜାରୀ ସେ ପ୍ରଥମେ ରକ୍ତଦାନ କରି ତାଙ୍କର ଜୀବନର ୪୧ତମ ରକ୍ତଦାନ କରିଥିବା ଜଣାଯାଏ । ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ଯୋଗ ଦାନ କରିଥିଲେ । ବରଗଡ, ବୁର୍ଲା, ସୁବର୍ଣ୍ଣପୁର ଡାକ୍ତରଖାନା ରକ୍ତଭଣ୍ଡାରର କର୍ମଚାରୀ ମାନେ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ସେବା ଅନୁଷ୍ଠାନର ବିଭୁଦତ୍ତ ବିଶ୍ୱାଳଙ୍କ ସମେତ ଅନୁଷ୍ଠାନର ସଦସ୍ୟଗଣ, ମାରୱାଡି ଯୁବାମଞ୍ଚ, ସଂକଳ୍ପଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଶିବିରରେ ରେକର୍ଡ ସଂଖ୍ୟକ ୩୮୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ରାମପୁର ପୋଲିସର ଏଭଳି ମହନୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ରକ୍ତଦାତା ଏବଂ ସହ ଯୋଗୀ ଅନୁଷ୍ଠାନ ଗୁଡିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।