-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
04-May-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦପୁର ରେଞର ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ବିରଳ ପ୍ରଜାତିର ୨ ଟି ମ୍ରୁତ ପକ୍ଷୀ ସହ ୨ ଜଣ ଶୀକାରୀକୁ ଗିରଫ କରିଛି l
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗିରିଶ୍ଚନ୍ଦ୍ରପୁର ରେଞର ଶଙ୍ଖାଭାଙ୍ଗୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ଯୁବକ ପକ୍ଷୀ ଶିକାର କରୁଥିବା ସମୟରେ ବନବିଭାଗ ହାବୁଡରେ ପଡ଼ିଯାଇଥିଲେ l ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବ୍ରଜ ନାଏକ ଓ ଅନାମ ଅଢ଼ା l ସେମାନଙ୍କ ପାଖରୁ ୨ ଟି ବାଟୁଳିଖଡ଼ା, ୨୦ ମାଟି ଗୋଳି, ୨ ମୃତ ପକ୍ଷୀକୁ ବନବିଭାଗ ଜବତ କରିବା ସହ ଆଜି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି l ଭାରତରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ମ୍ରୁତ ପେଚାକୁ ମଧ୍ୟ ବନ ବିଭାଗ ଜବତ କରିଛି ା ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର ସାହୁ , ଫରେଷ୍ଟର୍ ପ୍ରବୀଣ କୁମାର ସାହୁ ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l