-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
02-May-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ):ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀ ଓ ମ୍ୟାଡିକାଲ ର କିଛି କର୍ମଚାରୀ ମିଶି ପ୍ରସୂତୀ ମହିଳା ଙ୍କ ପିନ୍ଧା ସୁନା ଅଳଙ୍କାର ବିକ୍ରୀ କରି ଲାଞ୍ଚ ଦେବା ଭଳି ଘଟଣା ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।
ଏ ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଦିପ ନାଏକ ଘଟଣାର ସବିଶେଷ ତଦନ୍ତ ପାଇଁ ଡାକ୍ତରଖାନା ପରିସରରେ ପହଞ୍ଚି ଥିବା ବେଳେ ସେ ଖବର ପାଇ ଆସି ଆମ କ୍ୟାମେରା ଦେଖି ସୁଟିଂ କରୁଥିବା କହି ଥିଲେ । ଏପରିକି ଲକ୍ଷଲକ୍ଷ କୋଟି, କୋଟି ଟଙ୍କାର ଦୁର୍ନୀତି ଦେଖ ଏଇ ଡାକ୍ତର ଖାନା ରେ କମ୍ ଦୁର୍ନୀତି ହେଉଛି ଭଳି କହି ମୁଁହ ଲୁଚେଇ ଚାଲି ଯାଇଥିଲେ l
ଆଦିବାସୀ ଅଧ୍ୟୁଷିତ, ନିରକ୍ଷର ସରଳ ଲୋକଙ୍କ ଠାରୁ ଏହି ଡ଼ାକ୍ତରଖାନାରେ ଲାଞ୍ଚ କାରବାର ବନ୍ଦ ପରିବର୍ତ୍ତେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଲକ୍ଷଲକ୍ଷ ଟଙ୍କାର ଠିକାଦାରଙ୍କ ନିକଟକୁ ଯାଅ କହିବା କେତେ ଯୁକ୍ତିଯୁକ୍ତ ? ଏହାର ଅର୍ଥ ହେଲା ହସ୍ପିଟାଲ କର୍ମଚାରୀ ଜଣକ ପରୋକ୍ଷରେ ଲାଞ୍ଚ କାରବାର କୁ ସ୍ୱୀକାର କରିଛନ୍ତି l
ଏ ନେଇ ଆଜି ଏକ ସ୍ୱତନ୍ତ୍ର ବୈଠକ ବିଭାଗୀୟ କର୍ତ୍ତୃପକ୍ଷ ଆୟୋଜନ କରି ଥିବା ବେଳେ କଣ ନିଷ୍କର୍ଷ ବାହାରିବ ନା ଦୁର୍ନୀତି ଲାଗି ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।