-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
02-May-2023
ବଲାଙ୍ଗୀର(ପ୍ରେରଣା ଖବର ): ଜିଳ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ନ୍ୟାୟ ଭିକ୍ଷା କଲେ ଅସହାୟ ମହିଳା
ଏହି ମହିଳା ହେଉଛନ୍ତି କିରଣ ଭୋଇ l ତାଙ୍କ ସ୍ଵାମୀ ହେଉଛନ୍ତି ଚତୃ ଭୋଇ l ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗୁହରିଆ ପଦର ଗାଁ ର ବାସୀନ୍ଦା ଏହି ଦମ୍ପତିଙ୍କ ଲଭଳି ଭୋଇ ନାମରେ ଏକ୍ ୧୨ ବର୍ଷର ଝିଅ ରହିଛି l ତେବେ ଲଭଳି ର ମାଁ କିରଣ ଙ୍କ ଅଭିଯୋଗ ହେଲା କିରଣ ର ଜୀବନ ଏବେ ସୁରକ୍ଷିତ ନୁହେଁ l ଛୋଟ ଝିଅ ଲଭଲିକୁ ତାର ବାପା ଚତୃ ଭୋଇ
ଗାଁ ର ସୁନୀଲ ଭୋଇ ସାଙ୍ଗରେ ମିଶି ବିଭିନ୍ନ ପ୍ରକାରର ନିର୍ଯ୍ୟତନା ଦେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି କିରଣ l ଏପରିକି କିରଣ କୁ ମଧ୍ଯ ସ୍ଵାମୀ ଚତୃ ଭୋଇ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି କିରଣ l
ଏ ନେଇ କିରଣ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି l ଏହାରି ଭିତରେ ପୋଲିସ ଝିଅ ର ବାପା ଚତୃ ଭୋଇ ଓ ସୁନୀଲ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କହିଛନ୍ତି କିରଣ l ପୋଲିସ ଠାରୁ ଉପଯୁକ୍ତ ନ୍ୟାୟ ନ ପାଇ ଶେଷରେ ଆଜି ମହିଳା ଜଣକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବଲାଙ୍ଗିର ଅତିରିକ୍ତ ଜିଳ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ମୋତେ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଇ ଝିଅ ର ବାପାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କିରଣ ଦାବି କରିଛନ୍ତି l