-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭା ଗୃହ ଠାରେ ମହାନ୍ ଜନ ନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ଜୀବନ ବିନ୍ଦୁ 'ଓଡ଼ିଶା ମୋ ପରିବାର' ଆନୁକଲ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଉଫୁଲା ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀ ଆନୁଷ୍ଠାନିକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ଵୟମ୍ଭୁନାଥ ଖଣ୍ଡଗିରୀ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ସଂଘ ସଂପାଦକ ସୂର୍ଯ୍ୟ ନନ୍ଦ, ଆତ୍ମା ସଭାପତି ବିବୁସ୍ଵତି ପଣ୍ଡା,ବରିଷ୍ଠ ସାମ୍ବାଦିକ ବାସୁଦେବ ପଣ୍ଡା, ଯୁଗଳ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ଵାଧୀନତା ସଂଗ୍ରାମୀ, ଇଣ୍ଡୋନେସିଆ ର ଭୂମିପୁତ୍ର ଝଡ଼ର ଇଗଲ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରନ କରି ଯୁବଶକ୍ତିକୁ ସାମାଜିକ ଉନ୍ନୟନର ବାର୍ତ୍ତା ବହ ହେବାକୁ ଅତିଥି ମାନେ ଉଦବୋଧନ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସ୍ଵେଚ୍ଛାସବୀ ମଳୟ ଅମାତ, ପିଙ୍କୁ ଗାଇଗରିଆ,ରାଜୀବ ଖେତୀ, ଆଶିଷ ସାହୁ, ପ୍ରଭଞ୍ଜନ କର୍ମୀ, ଓମ୍ ପଣ୍ଡା, ଆୟୁଷ ଅଗ୍ରୱାଲ, ଚିତ୍ତରଞ୍ଜନ ଦାସ, ଜ୍ୟୋତି ସିଂହ, ଆରୁଣି ରାଜହଂସ ଓ ଅନ୍ୟାନ୍ୟ ରକ୍ତଦାତା,ୱାର୍ଡ ମେମ୍ବର, ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ। ଡ଼ା. ବିଶ୍ଵନାଥ ରଥ ଓ ସୁବର୍ଣ୍ଣପୁର ବ୍ଳଡ ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ରକ୍ତ ସଂଗ୍ରହ ହୋଇଥିଲା।