-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
16-Apr-2023
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): ଆଜି କଣ୍ଟାବାଞ୍ଜି ଠାରେ ଏକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ କୁ ମାନ୍ୟବର ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭ ଉଦ୍ଘାଟନ କରିଥିଲେ।ଏହି ଉତ୍ସବର ରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଏନ୍ ଏ ସି କଣ୍ଟାବାଞ୍ଜି ବରୀୟାମ ସିଂ ଙ୍କ ସହ ଉପାଧ୍ୟକ୍ଷ। ଶ୍ରୀମତୀ ମନୋରମା ରାଉତ ଯୋଗ ଦେଇଥିଲେ। ଉକ୍ତ କାର୍ଯୟକ୍ରମରେ ଜିଲ୍ଲା ସି ଡି ଏମ୍ ଓ ଅଫିସ ତରଫରୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି ଓ ଏ ପି ଏମ୍
ରାମାନୁଜ ପଣ୍ଡା,ରାଜେନ୍ଦ୍ର ଯୁବକ ସଂଘ ର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ ସମେତ ସମସ୍ତ ସ୍ଥାନୀୟ କାଉନସିଲର, ଆଶା କର୍ମୀ, ଏ ଏନ୍ ଏମ,ଇତ୍ୟାଦି ଉଦ୍ଘାଟନ ପର୍ବ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ନିର୍ବାହ କରାଯାଇଥିଲା।ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଗାମୀ ଦିନରେ ରେ କଣ୍ଟାବାଞ୍ଜି ଅଞ୍ଚଳର ଅଧିବାସୀ ମାନେ ମାଗଣା ସ୍ବାସ୍ଥ୍ୟ ସେବା ,ମାଗଣା ଔଷଧ,ମାଗଣା ରକ୍ତପରୀକ୍ଷା,ଯୋଗ ଶିକ୍ଷା , ଫିସିଓ ଥେରାପି ଇତ୍ୟାଦି ପାଇପାରିବେ।