-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ନଅ ଗାଁ (ଖ) ରାମଜୀ ଟ୍ରଷ୍ଟ ଓ ରାମଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ରାମଜୀ ଉତ୍ସବ ଗତ ମାର୍ଚ୍ଚ 29 ରୁ ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା l ତା 29 ଦିନ ସନ୍ଧ୍ୟା ରେ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରା ରେ ସାମିଲ ହୋଇଥିଲେ, 30 ତାରିଖ ରେ ରାମ ନବମୀ ପ୍ରଭୁ ରାମଚନ୍ଦ୍ର ଙ୍କ ଜନ୍ମ ଠାରୁ ନାଟକ ଆରମ୍ଭ ହୋଇଥିଲା, ସୀତା ବିବାହ, ସୀତାଚୋରି, ରାମ ବନବାସ,ଭରତ ମିଳନ, ବାଲି ବଦ୍ଧ, ତଥା ମା ଜନକ ନନ୍ଦିନୀ ସୀତା ଠାବ ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯାଇଥିଲା l ଏପ୍ରିଲ 7 ରେ ହୋମ ଯଜ୍ଞ ପରାୟଣ ପଠନ ପରେ ଧୁମଧାମ ରେ ବାଜା, କୀର୍ତନ,ଘଣ୍ଟ ଶଙ୍ଖ ଧ୍ୱନି ରେ କଳସ ଭସାଣି ଉତ୍ସବ ହୋଇଥିଲା l
ଏହି ଉତ୍ସବ ସଭାପତି ସର୍ବଶ୍ରୀ ନରସିଂହ ସାହୁ ସମ୍ପାଦକ ସଦାନନ୍ଦ ପଶାୟତ ,ନବୀନ ବିଶ୍ୱାଳ,ଗୋପୀନାଥ ଦୀପ, ଅନଙ୍ଗ ବିଶ୍ୱାଳ,ବିଜୟ ବିଶ୍ୱାଳ,ସୁଦାମ ବିଶ୍ୱାଳ,ବୁଲୁ ପୁଟେଲ,ଦେବାନନ୍ଦ ପୁଟେଲ ପ୍ରମୁଖ ଯୋଗଦାନ କରିଥିବା ବେଳେ ନାଟକ ଅଭିନୟ ରେ,ରାମ ଭୂମିକାରେ ରବୀନ୍ଦ୍ର ମେହେର, ଲକ୍ଷ୍ମଣ ଭୂମିକା ରେ ଅମୀର ପଧାନ, ସୀତା ଭୂମିକା ରେ ସଦାନନ୍ଦ ବିଶ୍ୱାଳ, ଓ ରାବଣ ଭୂମିକା ରେ ଟଙ୍କଧର ବିଶ୍ୱାଳ ଅଭିନୟ କରି ରାମଲୀଳା ନାଟକ ସମ୍ପୂର୍ଣ କରିଥିଲେ l