-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରାଜପୁର ପଞ୍ଚାୟତ ଗୋଇନ୍ଦାମୁଣ୍ଡା ଠାରେ ରାଜପୁର-ବୋରପଦର-ରିଂଜା ଆଂଚଳିକ ଯାଦବ ସମାଜର ସାଂଗଠାନିକ ବୈଠକ ବ୍ଲକ ସଭାପତି ଗରୁଡଧ୍ୱଜ ଗହୀର ଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ ସଂଗଠନର ଦୃଢତା,ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପରେ ଆଂଚଳିକ କମିଟୀର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । କମଳ ବାଗ ପୁର୍ନବାର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ନୀଳମଣି ବାଗ ସଂପାଦକ,ନବୀନ ମନହିରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟୀ କୁ ସୁଶାନ୍ତ ବାଗ,ପୂର୍ଣଚନ୍ଦ୍ର ବର୍ଗତୀ,ଯୋଗିନ୍ଦ୍ର ଭୋଇ,ଘାସିରାମ ବାଗ,କରୁଣା ହାତୀ,ଶୁକଦେବ ଭୋଇ,ବିପ୍ର ବାଗ,ବସନ୍ତ ବାଗ,ଚୁଡାମଣି ସେଲମା,ଦୈତାରୀ ପୋଢ,ବିରଂଚି ଭୋଇ ମନୋନୀତ ହୋଇଥିଲେ । ସେଇପରି ରାଜପୁର ପଂଚାୟତ କମିଟୀର ମଧ୍ୟ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା । ଏଥିରେ ମୋହିତ ବାଗ ସଭାପତି,ତ୍ରିଲୋଚନ ବାଗ ସଂପାଦକ,ଡମ ବାଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟୀକୁ କୃଷ୍ନଚନ୍ଦ୍ର ବାଗ,କୃପାସିନ୍ଧୁ ଭୋଇ,ପରମାନନ୍ଦ ବାଗ,ନାରାୟଣ ବାଗ,ପ୍ରେମାନନ୍ଦ ବାଗ,ଦିବ୍ୟକାନ୍ତ ବଗର୍ତୀ,ଧୃବଚରଣ ବାଗ ମନୋନୀତ ହୋଇଥିଲେ । ବୈଠକରେ ବ୍ଲକ ସଂପାଦକ ନରୋତମ ସେଲମା,ଉପସଭାପତି ମାୟାଧର ଭୋଇ,ଉପଦେଷ୍ଟା ନୃପମଣି ଗହୀର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।