-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁରେ ରାମଲୀଳା ନାଟକ ଧୁମଧାମରେ ଚାଲିଛି। ଏହି ବ୍ଳକ ର ରିଷିଡା ରାମମନ୍ଦିର ଠାରେ ଚାଲୁଥିବା ରାମଲୀଳା ଯାତ୍ରାରେ ସ୍ଥାନୀୟ କଳାକାର ଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କ ମନକୁ ମୋହୁଥିବା ଦେଖିବାକୁ ମିଳିଛି । ଏଥିରେ ଶ୍ରୀରାମ ଭୂମିକାରେ କୈଳାସ ସାହୁ, ଲକ୍ଷ୍ଣଣ ଭୂମିକାରେ ରଶ୍ମୀ ଲେଙ୍କା,ସୀତା ଭୂମିକାରେ ଉମା ସାହୁ,ସୂର୍ପଣଖା ଭୂମିକାରେ ହୀରା ଭୋଇ,ଖର ଭୂମିକାରେ ପୀତବାସ ସାହୁ,ଦୂଷଣ ଭୂମିକାରେ ଚକାମନ ଭୋଇ,ତ୍ରିଶିର ଭୂମିକାରେ ହେମାଦ୍ରୀ ଭୋଇ ଅଭିନୟ କରିଥିବା ବେଳେ ଅଗସ୍ତି ଭୂମିକାରେ ବିଶ୍ୱଦୀପକ ପାତ୍ର ଅଭିନୟ କରିଥିଲେ । ପୁରାଣ ପଣ୍ଡା ଦାୟିତ୍ୱରେ ନରୋତମ ସେଲମା ରହିଥିବା ବେଳେ ସଭାପତି ସୁନୀଳ କେଡିଆ,ସଂପାଦକ ଭଜଶ୍ୟାମ ସାହୁ ଙ୍କ ତତ୍ୱାବଧାନରେ ନାଟ୍ୟ ମହୋତ୍ସବ ଚାଲିଛି ।ସେହିପରି ବ୍ଳକ ର ତେରେସିଙ୍ଗା,ବଡ଼ ଡୁଙ୍ଗୁରିଗୁଡା ,କୁସୁରଲା, ଜୋରାଡବରା,ମାଲପଡା, ବାଗବୁରେଇ,ସରଗୁଲ, ପୁଟୀଗାଁ, ସୁରୁଜୁଲି, ବିନ୍ଧାଣି ସମେତ ଅନେକ ଗ୍ରାମରେ ୧୪ଦିନ ବ୍ୟାପି ରାମଲୀଳା ନାଟକ ପରିବେଷଣ ହୋଇଥାଏ।