-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2023
ଭୁବନେଶ୍ବର(ପ୍ରେରଣା ଖବର ): ଭାରତୀୟ ରେଡକ୍ରସ ସୋସାଇଟି , ଓଡିଶା ରାଜ୍ୟ ଶାଖାର ଅବୈତନୀକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ (ଆଇଏଏସ୍ ) ଙ୍କ ତତ୍ତ୍ୱବାଧାନରେ ଓଡିଶା ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ରାଜ୍ୟ ସ୍ତରୀୟ ଜୁନିୟରେ ରେଡକ୍ରସ ତାଲିମ ଶିବିର ଭୂବନେଶ୍ୱର ଶିଖରଚଣ୍ଡୀ ସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟରେ
ଆୟୋଜିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସ୍କୁଲ ନିରାପତ୍ତା ଦକ୍ଷତା ବିଷୟରେ ଜୁନିୟର ମାନେ ଶିଖିବାକୁ ପାଇଥିଲେ । ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଡ.ସତ୍ୟ ନାରାୟଣ ହୋତା ଶିକ୍ଷଣ କାର୍ଯ୍ୟକ୍ରମକୁ ଥିଓରି ଏବଂ ପ୍ରାକଟିକାଲ କରି ବିଷୟ ବସ୍ତୁକୁ ଉପସ୍ଥାପନା କରିବା ସହ ଆମେ ଜାଣିଲେ ଜିଣିବା ବୋଲି ମତପ୍ରକାଶ କରିଥିଲେ । ସ୍କୁଲ ନିରାପତ୍ତାର ସଂଜ୍ଞା, ସମୟ ଅବଧି, ଶ୍ରେଣୀ କୋଠରୀ ଓ ପ୍ରଧାନଶିକ୍ଷକଙ୍କ ଅଫିସର ସଜ୍ଜୀକରଣ, ପିଲାମାନଙ୍କ ବସିବା, ବିପତ୍ତି ଓ ବିପର୍ଯ୍ୟୟ ବିଷୟରେ ଧାରଣା ଏବଂ ଶଙ୍କା, ସଭ୍ୟୁଦେୟତା, ହଠାତ ଦୁର୍ବିପାକ ହେଲେ କେଉଁ କେଉଁ ଉପାୟ ଅବଲମ୍ବନ କରି ଜୀବନକୁ ସୁରକ୍ଷିତ ହୋଇପାରିବା ବିଷୟରେ ଅଵଧାରଣା
ପାଇଲେ । ଶଙ୍କା, ବିପତ୍ତି ଓ ବିପର୍ଯ୍ୟୟ ଦ୍ବାରା ସମ୍ଭାବିତ କ୍ଷୟକ୍ଷତିର ମାପ (ପରିମାଣ)କୁ ବୁଝାଏ । ସୁଭେଦ୍ୟତା ଓ ଅଧିକ ବିପତ୍ତି ଆଶଙ୍କାକୁ ବଢ଼ାଇ ଦିଏ । ଯଦି ସୁଭେଦ୍ୟତା ଓ କମ୍ ଓ ବିପରିର ଭୟାବହତା କମ୍ । ଗୋଷ୍ଠୀର ମୁକାବିଲା କରିବାର ଶକ୍ତି ଉପରେ ବିପତ୍ତିର ତୀବ୍ରତା ନିର୍ଭର କରେ ବୋଲି ଡ.ସତ୍ୟ ନାରାୟଣ ହୋତା ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ଉପଲବଧ ଜ୍ଞାନର ମୂଲ୍ୟାୟନ କରାଯାଇଥିଲା ।