-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
04-Apr-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ମଣ୍ଡଲ ଗାଁ ର ଗୁରୁତର ଦାଦନ ଶ୍ରମିକର ବଲାଙ୍ଗୀର ମେଡ଼ିକାଲରେ ମୃତ୍ୟୁ ।
ପେଟ ପାଇଁ ଦାଦନ ଖଟିବାକୁ ଯିବା ଓ ନିର୍ଯ୍ୟାତନା ସହିବା ବଲାଙ୍ଗୀର ଜିଲ୍ଲା ପାଇଁ ନିତିଦିନିଆଁ ଘଟଣା | କିନ୍ତୁ ଗତ କିଛି ଦିନ ହେବ ଗାଁ କୁ ଫେରୁଛି ଶ୍ରମିକଙ୍କ ଶବ |
ବିଶେଷ କରି ବେଲପଡା ବ୍ଲକରୁ ଆସୁଛି ଅନେକ ଅଭିଯୋଗ | ବେଲପଡା ଥାନା ମଣ୍ଡଳ ଗାଁ ର ଦୁଃଖିଶ୍ୟାମ ବଗର୍ତି ପରିବାର ସହିତ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ | ଗତ ୧ ତାରିଖ ଦିନ ଇଟାଭାଟିରେ କୌଣସି କାରଣରୁ ଝଗଡା ହୋଇଥିଲା | ଦୁଃଖିଶ୍ୟାମକୁ ନିରଧୂମ ମାଡ ମାରିଥିଲେ ଶ୍ରମିକ | ଗୁରୁତର ଅବସ୍ଥାରେ ଦୁଖିଶ୍ୟାମକୁ ସେଠାକାର ହସ୍ପିଟାଲରେ ଭର୍ତି କରିଥିଲେ |
କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇନଥିବାରୁ ଗୁରୁତର ଅବସ୍ଥାରେ ଦଖିଶ୍ୟାମକୁ ପରିବାର ଲୋକେ ଗାଁକୁ ଆଣିଥିଲେ |
ପ୍ରଥମେ ବେଲପଡା ହସପିଟାଲ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ | ଆଜି ଦୁଃଖିଶ୍ୟାମଙ୍କ ମୃତ୍ୟୁ ହୋଇଥିଲା | ପୋଲିସ ପୋଷ୍ଟ ମୋର୍ଟ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି | ପେଟ ପାଇଁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଶେଷରେ ପୁଣି ଠାରେ ଶବ ପାଲଟିଯାଇଛି |