-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ଭୁବନେଶ୍ୱର, (ଶୁଭାଶିଷ ନାୟକ) : ମୁଖ୍ୟମନ୍ତ୍ରୀ ଵ୍ୟକ୍ତି ଗତ ସଚିବ ତଥା 5-T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସକାଳେ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ ।
ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଥିବା ଦୋକାନଙ୍କ ପୁନଃ ଥଇଥାନ ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାସ୍ତାର ବିକାଶ ଏବଂ ଆବର୍ଜନା ସଫା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ପଣ୍ଡିଆନଙ୍କ ସହ ବିଏମସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ, ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।