-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2023
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ)ପାଟଣାଗଡ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ପଂଚାୟତ ହେଡକ୍ୱାର୍ଟର ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ହାଇସ୍କୁଲ ଭାବେ ରୂପାନ୍ତରଣ କରିବାକୁ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଡାଙ୍ଗବାହାଲ ଅଂଚଳର ବୃହତ ସ୍ୱାର୍ଥ ନିମନ୍ତେ ଡାଙ୍ଗବାହାଲ ପଂଚାୟତ ବାସୀ ଏବଂ ସରପଂଚ ରିନା ସାହୁ କଳିକେଶ ନାରାୟଣ ସିଂହଦେଓଙ୍କୁ ଡାଙ୍ଗବାହାଲ ଠାରେ ଏକ ହାଇସ୍କୁଲର ନିତାନ୍ତ ଆବଶ୍ୟକ ବୋଲି ଦୃଷ୍ଟି ଆକର୍ଷଣ କରିଥିଲେ । ଡାଙ୍ଗବାହାଲ ପଂଚାୟତର ସୁଲିଆମାଲ, ଛୁଆଲିଉଦର, ଖୁରିପାଣି ଏବଂ ଡାଙ୍ଗବାହାଲ ଗ୍ରାମର ପ୍ରାୟ ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ପ୍ରତିବର୍ଷ ହାଇସ୍କୁଲ ରେ ପାଠ ପଢନ୍ତି । ଡାଙ୍ଗବାହାଲ ଗ୍ରାମରେ କେବଳ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଥିବାରୁ ସେମାନେ ବାଧ୍ୟ ହୋଇ ନିକଟସ୍ଥ ଲରମ୍ଭା କିମ୍ବା ଦମକିପାଲି ହାଇସ୍କୁଲ କୁ ପାଠ ପଢିବାକୁ ଯାଇଥାନ୍ତି । ଏହି ହାଇସ୍କୁଲ ମାନେ ଡାଙ୍ଗବାହାଲ ଠାରୁ ପ୍ରାୟ ୮-୧୦ କିମି ଦୂରତାରେ ଥିବାରୁ ଖରା ବର୍ଷାରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅଧିକାଂଶ ଛାତ୍ର ଛାତ୍ରୀ ସୁବିଧା ନପାଇ ପାଠ ପଢା ମଧ୍ୟ ବନ୍ଦ କରିଦେଇଛନ୍ତି । ତେଣୁ ଅଂଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ସରପଂଚ ଏବଂ ଅଂଚଳବାସୀ କଳିକେଶ ନାରାୟଣ ସିଂହଦେଓଙ୍କୁ ଏ ବିଷୟରେ ଅବଗତ କରିଥିଲେ ଏବଂ ସେମାନଙ୍କ ଦାବୀ ଅନୁଯାୟୀ କଳିକେଶ ନାରାୟଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।