-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-Mar-2023
ବଲାଙ୍ଗୀର(ପ୍ରେରଣା ଖବର ): ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗୀର ଜିଲ୍ଲାର ସମାଜସେବୀକା, ସଂଗଠନ ତଥା ପ୍ରତିଭା ସମ୍ପନ୍ନ ମହିଳା ମାନଙ୍କୁ ନାରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି l
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରପରିଷଦ ଅଧକ୍ଷା ଲିକା ସାହୁ, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଯୁବ ସମାଜସେବୀ ସନ୍ଦୀପ ବାଗ
ଯୋଗଦେଇଥିବା ବେଳେ ସାମାଜିକ ଅନୁଷ୍ଠାନ ନାରୀ ଶକ୍ତି ଫାଉଣ୍ଡେସନ, ସମ୍ପୂଣ୍ଣl ମାତୃଛାୟା, ସ୍ଵଧାର ଗୃହ, ସ୍ଵାତି ମିଶ୍ର, ପ୍ରାଚୀ ପ୍ରିୟଦର୍ଶନି ପାତ୍ର, ଗୁଞ୍ଜନ ପାଣିଗ୍ରାହୀଙ୍କୁ ବିଭିନ୍ନ ଉଲ୍ଲେଖୟ ଅବଦାନ ପାଈଁ ନାରୀ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ସେଣ୍ଟ ଜେଭିୟର୍ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ସନ୍ଦୀପ କୁଅଁର ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖାର ରିଙ୍କି ସାହୁ, ସୁନିତା ବେହେରା, ମିଳି ବାରିକ, ପ୍ରିୟା ମିଶ୍ର, ଶିବାନୀ ଜାଲ, ମାନିନୀ ସୁନା ସହ ବହୁ କର୍ମକର୍ତ୍ତା ଉପସ୍ଥିତି ଥିଲେ l ଶେଷରେ ଅନୁଷ୍ଠାନର ରୁପା ଦାସ ଧନ୍ୟବାଦ ଦେଇଥିଲେ