-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Mar-2023
ସୁବର୍ଣ୍ଣପୁର/ ଦୀର୍ଘ ୩ ଦିନ ହେଲା ନିଖୋଜ ଥିବା ସୋନପୁର ସହର ର ପଟା ଭାଡି ଅଞ୍ଚଳ ର ସୌମ୍ୟ ଶେଖର ମିଶ୍ର ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁପାଲି ନାଳ ପାଖରୁ ମୁର୍ମୁଷ ଅବସ୍ଥା ରେ ଉଦ୍ଧାର ହୋଇ ସଦର ଡାକ୍ତର ଖାନା ରେ ଭର୍ତି ହୋଇ ଛନ୍ତି l ପ୍ରକାଶ ଯେ ୩ ଦିନ ପୂର୍ବ ରୁ ଉକ୍ତ ଯୁବକ ଜଣକ ତାଙ୍କ ବାଇକ ଧରି ଉଲୁଣ୍ଡା ପଟେ ଯାଉଥିବା ସମୟ ର ଦୃଶ୍ୟ ହିକୁଡି ଟୋଲ ଗେଟ ର ସିସିଟିଭି ରେ କଏଦ ହୋଇ ଥିବା ସୂଚନା ମିଳିଥିଲା l ଏ ନେଇ ପରିବାର ଲୋକେ ଟାଉନ ଥାନା ରେ ଅଭିଯୋଗ କରିଥିଲେ l ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଆଜି ଉଲୁଣ୍ଡା ଡୁଡୁପାଲି ନାଳ ପାଖରେ କିଛି ସ୍ଥାନୀୟ କିଛି ଯୁବକ ଚିନ୍ହି ପାରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ l ଘଟଣା ସ୍ଥଳ ରେ ପରିବାର ଲୋକେ ପହଞ୍ଚି ଉକ୍ତ ଯୁବକ ଙ୍କୁ ଉଦ୍ଧାର କରି ସଦର ଡାକ୍ତର ଖାନା ରେ ଭର୍ତି କରିଥିଲେ l ଦୀର୍ଘ ୩ ଦିନ ଧରି ଭୋକ ଉପାସ ରେ ପଡି ଥିବାରୁ ତାଙ୍କ ଅକ୍ସିଜେନ ଲେବେଲ କମି ଯାଇ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l