-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ନାକଟିଦେଉଳ (କନ୍ଦର୍ପ ବେହେରା ): ସମ୍ବଲପୁର୍ ଜିଲ୍ଲା ପରିଷଦ ଆନୁକୁଲ୍ୟରେ ତା ୫.୩.୨୩ ରିଖ ଦିନ ଅନୁଷ୍ଠିତ ପଞ୍ଚାୟତିରାଜ ଓ ଲୋକସେଵା ଦିଵସ ରେ ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସାହେବୀ, ସରାପାଲି, ଘୋଷରାମାଳ ଓ ଜାମୁଜୋରୀ ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା । ଏହି
ସମାରୋହରେ ସାହେଵୀ ସରପଞ୍ଚା ରାମପ୍ରସାଦ ସାହୁ, ସରାପାଲି ସରପଞ୍ଚ ଶିବାନୀ ବାରିକ, ଘୋଷରାମାଳ ସରପଞ୍ଚ ପ୍ରେମଶୀଳା ପ୍ରଧାନ ଓ ଜାମୁଜୋରୀ ସରପଞ୍ଚ ରୀନାରାଣୀ ବିଶି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ ହୋଇଥିଲେ । ସମ୍ବଲପୁର୍ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା କୁମୁଦିନୀ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସମାଵେଶରେ ସମ୍ବଲପୁର୍ ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର୍ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କୃତ କରିଥିଲେ ।