-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ମାର୍ଚ୍ଚ ୧୦ ତାରିଖ ଦିନ ମାଁ ଦୁଲାର୍ଦେଈ ଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ଓ ଡଙ୍ଗରିଗୁଡା ପଞ୍ଚାୟତ ର ସ୍ଥାନୀୟ ବାସିନ୍ଦା ମାନେ ମାଁ ଧରଣୀ ଙ୍କ ଆଦିବାସୀ ହିନ୍ଦୁ ପରମ୍ପରା ରେ ବିଶେଷ ପୂଜା ସମ୍ପନ୍ନ କରିଛନ୍ତି। ମାଁ ଧରଣୀ ଅର୍ଥାତ୍ "ପୃଥିବୀ ମାଁ" ଙ୍କୁ ସ୍ଥାନୀୟ ଭାଷାରେ ଧାର୍ନୀ ମାତା କୁହାଯାଏ। ପୀଠ ର ପବିତ୍ରି କରଣ ପାଇଁ ମାଁ ଙ୍କ ପୂଜା ସହ ଗାଁ ର ଆରାଧ୍ୟା ବାବା ଭୈରବ ଙ୍କ ମଧ୍ୟ ସ୍ବତନ୍ତ୍ର ପୂଜା କରା ଯାଇଛି। ଏହି ଅବସରରେ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ତାରିଣୀ ରେଲି, ଜିତୁ ରେଲି, ବିଶ୍ବ ପାତ୍ର, ବଣ୍ଟି ସିଂ, ଜଗନ୍ନାଥ ବେହେରା, ତୁଳା ବିଷୟୀ,ରାଜୁ ରେଲି, କୁନା ଭାଟ, ପୂର୍ଣ୍ଣ ପୂଜାରୀ, ଜଲ ଗୌଡ଼ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।