-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ଟାଙ୍ଗରସାହି( ହନୁମାନ ଛକ) ଗ୍ରାମରେ ନବାହ୍ନ ପାରାୟଣ ଓ ପ୍ରବଚନ ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସକାଳେ ମହାନଦୀ ପଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତାଙ୍କୁ ଆବାହନ କରି ଘଣ୍ଟବାଦ୍ୟ, ମହିଳା କୀର୍ତ୍ତନ, ଶଙ୍ଖଧ୍ୱନି ସହ ହରିବୋଲ ହୁଳହୁଳି ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ବୀରମହାରାଜପୁର ମୁଖ୍ୟ ଛକ ଦେଇ ଜଗନ୍ନାଥ ମନ୍ଦିର ତଥା ସହର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା। ସହର ପରିକ୍ରମା କରିବା ପରେ ପୂଜା ମଣ୍ଡପ ଓ ପରାୟଣ ମଣ୍ଡପ ସ୍ଥାପନ କରାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରା ସାମିଲ ହୋଇଥିଲେ। ଏଥିରେ ରାଜେନ୍ଦ୍ର ମେହେର ଧର୍ମପନ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିବା ବେଳେ ମଧୁସୂଦନ ଚାନ୍ଦ ପୂଜା କାର୍ଯ୍ୟ ତୁଲାଇଛନ୍ତି। ଆଜି ଠାରୁ ପ୍ରତ୍ୟେକ ଦିନ ସକାଳ ଠାରୁ ଗ୍ରନ୍ଥ ପଠନ ରହିଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି। ଏଥିରେ ବ୍ୟାସ ପଶ୍ଚିମ ଓଡ଼ିଶା ଶ୍ରେଷ୍ଠ ପାରାୟଣ ଗାୟକ ଅଶିତ କୁମାର ଷଡଙ୍ଗୀ ଗ୍ରନ୍ଥ ପଠନ କରିବା ଥିବା ବେଳେ ପ୍ରବଚିକା ଶୁଶ୍ରୀ ଗୀତାଞ୍ଜଳି ଜେନା ଓ ପ୍ରବଚକ ଚରଣ ପାର୍ଥ ସାରଥି ଦ୍ବାରା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଅଛି। ଅପରାହ୍ନରେ ସମୟରେ ସାମୁହିକ ପ୍ରସାଦ ସେବନ ରହିଥିବା ନେଇ ଆୟୋଜକଙ୍କ ପକ୍ଷରୁ ଜଣାଯାଇଛିl ଏହି ଅବସରରେ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ।