-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ବୀରମହାରାଜପୁର (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ ପରିସରରେ ଶାଖା ଡାକଘର ଶୁଭାରମ୍ଭ ହୋଇଥିବା ଜଣାଯାଇଛି। କମିରା ସରପଞ୍ଚ ଅନୁସୁୟା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖା ଡାକଘର କାର୍ଯ୍ୟାଳୟକୁ ଶୁଭ ଉଦଘାଟନ କରିଥିଲେ। ଏହି ଡାକଘର ଉପରେ କମିରା, ଆମ୍ବଶରଭଟା, ବଳରାମ ପୁର, ଲକ୍ଷ୍ମୀ,ବିକଳପୁର, ହେଲାମୁରା, ଟମକିଆଦାଦାର, ସଂଗ୍ରାମପୁର, ତିଲେଇମାଳ, ଜୁବରାଜପୁର ଓ ସାନକିରାସିରା ପ୍ରଭୁତି ଗ୍ରାମ ଉପକୃତ ହୋଇପାରିବ। ଏହି ଅବସରରେ ଶିକ୍ଷାବିତ ଧରଣୀଧର ପାଢ଼ୀ, ସମାଜସେବୀ ସପନ ପଧାନ, ଗ୍ରାମର ବରିଷ୍ଠ ଗଜେନ୍ଦ୍ର ପଧାନ,ରାମ ପ୍ରସାଦ କର୍ଣ୍ଣ ଓ ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।