-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
ଅନେଶତ ବର୍ଷ ହେବ ଓଡିଶା-ଛତିଶଗଡର ସମ୍ପର୍କକୁ ମଜବୁତ କରି ରଖିଥିବା ବଡଧରା - ବଡେ ନୂଆପଡାର ହରିହର ଭେଟ କାର୍ଯ୍ୟକ୍ରମରେ ମାସିକ ସମ୍ବଲପୁରୀ ଦର୍ପନ ଖବର ପତ୍ରିକା ଉନ୍ମୋଚିତ ହୋଇଯାଇଛି । ସୋହେଲା ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ବରଗଡ଼ ବଡଧରା ଗଉଁତିଆ ସୁବାସ ପଧାନ , ପୁର୍ଣ୍ଣାନନ୍ଦ ଶାହ, ଅନ୍ତର୍ଯ୍ୟାମୀ ପଧାନ,ଛତିଶଗଡ଼ ବଡେ ନୁଆପଡା ର ଗଉଁତିଆ ଜୟସିଂହ ପଧାନ ସହ ସମ୍ବଲପୁରୀ ଦର୍ପନ ପତ୍ରୀକା ର ସମ୍ପାଦକ ଭବାନୀଶ ଭୋଇ ଏବଂ ମାଏନତା ଲୋକ ମାନେ ସାମିଲ ହୋଇଥିଲେ। ସମ୍ବଲପୁରୀ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ସହ ଅଂଚଲର ଖବରକୁ ସମ୍ବଲପୁରୀ ଭାଷାରେ ପ୍ରସାରିତ କରିବା ପାଇଁ ଗତ ବର୍ଷ ମଇ ମାସରୁ ପ୍ରକାଶ ପାଉଥିବା ସମ୍ବଲପୁରୀ ଦର୍ପନ ପତ୍ରୀକା ପ୍ରକାଶିତ ହୋଇ ଆସୁଛି।
ଛତିଶଗଡ଼ ସିମାନ୍ତ ରାୟଗଡ଼, ସାରଂଗଗଡ, ଶକ୍ତି ଆଦି ପାଂଚଟି ଜିଲ୍ଲାରେ ସମ୍ବଲପୁରୀ ଭାଷା ବ୍ୟବହାର ହେଉଥିବା ବେଲେ ସମ୍ବଲପୁରୀ ଦର୍ପନ ପତ୍ରୀକା ସେହି ଅଂଚଲରେ ସମ୍ବଲପୁରୀ ଭାଷାର ପ୍ରସାର ପାଇଁ ପଦକ୍ଷେପ ନେଉଛି। ଏହି ଅବସରରେ ସମ୍ବଲପୁରୀ ଦର୍ପନ ଟିମ ଛତିଶଗଡ଼ର ସିମାନ୍ତ ଅଂଚଲର ବିଭିନ୍ନ ଗାଁ ବୁଲି ସମ୍ବଲପୁରୀ ଭାଷା ବ୍ଯବହାର ଉପରେ ତଥ୍ଯ ସଂଗ୍ରହ କରାଯାଇ ଥିଲା।