-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ବୀରମହାରାଜପୁର (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଦଳୀ ପାଲି ଛକରେ ୫ଦିନ ଧରି ଚାଲିଥିବା ନୃତ୍ୟ ଗୀତର ମହାକୁମ୍ଭ ଏକତା ମହୋତ୍ସବ ଉଦଯାପିତ ହୋଇଯାଇଛି । ଲୋକଗୀତ ଓ ନୃତ୍ୟ ସହ ଜଳନ୍ଧର ଦରବାର ପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭର୍ଣ୍ଣି ମଞ୍ଚ ଦୁଲୁକି ଉଠିଥିବାବେଳେ ପରିବେଷିତ ପ୍ରତିଟି କାର୍ଯ୍ୟକ୍ରମକୁ ହଜାର ହଜାର ଲୋକ ଉପଭୋଗ କରିଛନ୍ତି । ଏକତା ଗୃପ ପକ୍ଷରୁ ଆୟୋଜିତ ମହୋତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗଦେଇ ଆଜିର ଯୁବ ଏକତା ଓ ସଂହତି ଏହି ରତ୍ନଗର୍ଭା ମାଟିର ସାମାଜିକ ଓ ସାଂସ୍କୃତିକ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଉଦବୋଧନ ଦେଇ ଏକତା ମହୋତ୍ସବର ସୁଦୂର ପ୍ରସାରୀ ଆଭିମୁଖ୍ୟର ପ୍ରଶଂସା କରିଛନ୍ତି । ଏହି ଅବସରରେ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଆଗାମୀ ଦିନରେ ଜଳସେଚନର ସ୍ଥାୟୀ ସମାଧାନ,ରାସ୍ତାଘାଟର ଉନ୍ନତି ଓ ଗ୍ରାମୀଣ ବିକାଶକୁ ଅଧିକ ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ଏକତା ଗ୍ରୁପର ସମାଜ ପ୍ରେରିତ କାର୍ଯ୍ୟଧାରାକୁ ମଜବୁତ କରିବା ଲକ୍ଷରେ ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ।
ଏକତା ମହୋତ୍ସବର ଆବାହକ ପାଣିନୀ ପ୍ରାଜ୍ଞଙ୍କ ପରିଚାଳନାରେ ଅନୁଷ୍ଠିତ ସାନ୍ଧ୍ୟ ସଭାରେ ବିଧାୟକ ପଦ୍ମନାଭ ବେହେରାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା,ସମାଜ ସମ୍ବଲପୁର ସଂସ୍କରଣର ବରିଷ୍ଠ ସାମ୍ବାଦିକ ଦେବେନ ପଟେଲ ଓ ସଂଗୀତଜ୍ଞ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେ଼ମୀ ସଭ୍ୟ ଶାଶ୍ୱତ ତ୍ରିପାଠୀ,ଜନପ୍ରିୟ କମେଡିଏନ ଯୋଗେଶ ଜୋଜୋ,ଅଭିନେତା ସୁରେଶ ରଥ ଓ ଆର.କେ.ମିଡ଼ିଆର ନିର୍ଦେଶକ ରାଜକିଶୋର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟା ସସ୍ମିତା ସେଠୀ, ସମାଜସେବୀ ରଞ୍ଜିତ ରଥ, ଉତ୍ତର ପାତ୍ର,ଅଗ୍ନିଶମ ଅଧିକାରୀ ବି.ଏନ.ଏକ୍କା,ରାଜେନ୍ଦ୍ର ପଧାନ,ବିକୁଳ ପଧାନ ଓ ସୁଶୀଲ ପଧାନ ପ୍ରମୁଖ ମଞ୍ଚଆସିନ ଥିଲେ । ସାଂସ୍କୃତିକ ମଞ୍ଚରେ ପ୍ରବୀଣ ଅଭିନେତା ବଟକୃଷ୍ଣ ସାହୁ