-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ବଲାଙ୍ଗିର,(ପ୍ରେରଣା ଖବର )- ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁୟାରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପୁରୀ ର ସତିରାନୀଘାଟ ସ୍ଥିତ ଇନ୍ଡୋର ହଲ୍ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ଜୁନିୟର ବାଳିକା ଖିରୋଗୀ (ଫାଇଟ) ବିଭାଗରେ କୌଶଲ୍ୟା ଷାଣ୍ଢ ୪୬ (କେଜି) ବ୍ରୋଞ୍ଚ ପଦକ, ପ୍ରିୟଙ୍କା ପଶାୟତ ଓ ପରିମିତା ବିଶ୍ୱାଲ (୪୯ କେଜି) ବ୍ରୋଞ୍ଚ ପଦକ ହାସଲ କରିଥିଲେ । ଏହି ଅବସରରେ ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ
ଜିଲ୍ଲା ବନଅଧିକାରୀ ନିତିଶ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ବ୍ଲକ ଏଜୁକେସନ ଅଫିସର ଲୋକନାଥ ସୁନା ଓ ଯୁବନେତା ଆକାଶ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ନିଜସ୍ୱ ଏକ ଟାଇକଣ୍ଡୋ ଟ୍ରେନିଂ ହଲ ହେଲେ ଛାତ୍ର ଛାତ୍ରୀ ଆଗାମି ଦିନରେ ଏହି ଖେଳରେ ନିଜର ଭବିଷ୍ୟତ ଗଢି ପାରିବେ ବୋଲି କୋଚ ଅସୀମ ଭୋଇ କହିଛନ୍ତି । ଏହି ଅନୁଷ୍ଠାନ ର ଭିତ୍ତିଭୂମି ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯିବା ସଙ୍ଗେ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ ଗୁଡିକ ଅତି ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ।