-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
07-Mar-2023
ବଲାଙ୍ଗିର(ପୂର୍ଣ ଶଶୀ ଶେଖର ରାଓ): ଆଜି ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତର ବ୍ରାହ୍ମଣୀପାଳି ଗ୍ରାମ ରେ ବ୍ରାହ୍ମଣୀପାଳି ଗାଁ କମିଟିର ପ୍ରଚେଷ୍ଟା କ୍ରମେ ଚାଲିଥିବା ତୃତୀୟ ତମ ମେହେବୂବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩ ଦିନ ଧରି ଚାଲିଥିବା ବେଳେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଜଣାଶୁଣା ଦଳକୁ ନେଇ ୮ ଟି ଦଳ କରାଯାଇଥିଲା ଏବଂ ୮ଟି ଦଳ ମଧ୍ୟରୁ ଜି .କେ
ୱାରିୟର୍ସ ଏବଂ ଏମ୍ ଏମ୍ ଟାଇଗର ଫାଇନକୁ ପହଞ୍ଚିଥିଲେ ।ଫାଇନାଲ୍ ମ୍ୟାଚ ରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ହେବା ଫଳରେ ଜି କେ ୱାରିଅର୍ ଇନାଲ ବିଜୟ ଲାଭ କରିଥିଲା ।ଏହି ଫାଇନାଲ ମ୍ୟାଚ୍ ରେ ଆମ ଆଦମୀ ପାର୍ଟି ର ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟିୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିବା ସହ ଖେଲାଡ଼ି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଖେଳିବା ଦ୍ଵାରା ମଣିଷର କିକି ସୁବିଧା ହୁଏ ସେ ବିଷୟ ରେ ଖେଲାଲି ମାନଙ୍କୁ ଶ୍ରୀ ପାଣ୍ଡେ ଅବଗତ କରାଇଥିଲେ। ଦିଲ୍ଲୀ ରେ ଆପ୍ ସରକାର ଖେଲାଳି ମାନଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କ୍ରୀଡା ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । କିନ୍ତୁ ଓଡ଼ିଶା ରେ ନାଁ ଖେଳାଳି ମାନଙ୍କୁ ଗୁରୁତ୍ବ ଦିଆଯାଉଛି ନାଁ ନାଁ ତାଙ୍କ ପ୍ରତି କୌଣସି ସୁବିଧା କରୁଛନ୍ତି। ଏପରିକି ରାଜ୍ୟ ସରକାର
ଲୋକଙ୍କୁ ଶୋଷଣ ମଧ୍ୟ କରୁଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଥିଲେ। ଏବଂ ଶେଷରେ ଖେଳ ମଣିଷ ର ଅନେକ କ୍ଷେତ୍ର ରେ ଉପକାରିତା କରେ l ଖେଳ ମାଧ୍ୟମ ରେ ବନ୍ଧୁତା ମଧ୍ୟ ସୃଷ୍ଟି ହୁଏ ଏବଂ ଶାରୀରିକ, ମାନସିକ ଉନ୍ନତୀକରଣ ହୁଏ ତେଣୁ ଖେଳ ସମସ୍ତେ ଖେଳିବା ଦରକାର ବୋଲି ଆପ ନେତା ଶ୍ରୀ ପାଣ୍ଡେ ଖେଳାଳି ମାନଙ୍କୁ ଏବଂ ଅର୍ଗାନାଇଜ କମିଟି କୁ ଉପଦେଶ ଦେଇଛନ୍ତି । ଆଗାମୀ ଦିନରେ ଆହୁରି ସୁନ୍ଦର ଭାବରେ ମ୍ୟାଚ ଅନୁଷ୍ଠିତ କରିବାକୁ ଚେଷ୍ଟା କରାଯାଉ ବୋଲି କହିଛନ୍ତି।