-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
07-Mar-2023
ଲୋଇସିଂହା, (ପ୍ରେରଣା ଖବର) ଚୋର ଘର ସବୁଦିନ ଅନ୍ଧାର ନ ଥାଏ, ବିଧବା ଙ୍କ ସହିତ ଚାଲିଥିବା ପରକ୍ରୀୟା ପ୍ରୀତି ଧରା ପଡିବା ପରେ ଥାନାରେ ଉଭୟ ପ୍ରେମୀଯୁଗଳ ଲିଖିତ ରାଜି ନାମାରେ ବିବାହ କରିବାକୁ ରାଜି ହୋଇଛନ୍ତି l ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମରେ l ସୂଚନାରୁ ପ୍ରକାଶ ଯେ କୁଟାସିଂହା ଗ୍ରାମର ଉଗ୍ରସେନ ମେହେରଙ୍କ ପୁଅ ଗତ ୩ ବର୍ଷ ତଳେ ମନୁମୁଣ୍ଡା ଅଞ୍ଚଳର କିର୍କିଚିଆ ଗ୍ରାମର ଜଗନ୍ନାଥ ମେହେରଙ୍କ ଝିଅ ପିଙ୍କୁ ମେହେରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।ତେବେ ପ୍ରାୟ 10 ମାସ ତଳେ ବିବାହିତ ପୁଅଙ୍କ ମୃତ୍ୟୁ ହୋଇଥିଲା l ତା ପରଠାରୁ ପିଙ୍କି ନିଜ ଶ୍ଵଶୁର ଘରେ ରହୁଥିଲେ l ତେବେ ଇତି ମଧ୍ୟରେ ନିଜ ପଡୋଶୀ ଥିବା ଜନୈକ ଯୁବକ ଶ୍ରୀ ସୁବାସ ଭୋଇ ଙ୍କ ସହିତ ଅନ୍ୟତିକ ସମ୍ପର୍କ ଗଢ଼ି ଉଠିଥିଲା l ବର୍ତ୍ତମାନ ପ୍ରେମୀକ ଙ୍କ ମାଆ ପଞ୍ଚାୟତର ନାଏବ ସରପଞ୍ଚ ପଦବୀରେ ଅଛନ୍ତି l ଗତ କିଛିଦିନ ପୂର୍ବରୁ ଉଗ୍ରସେନ ଙ୍କ ଆଖିରେ ନିଜ ବୋହୂର ଏଭଳି ସମ୍ପର୍କ ଧରା ପଡିବା ପରେ ଗାଁ ଲୋକଙ୍କ ସହିତ ଥାନାରେ ଅଭିଯୋଗ କରିଥିଲେ l ଥାନାରେ ବିଚାର ବିମର୍ଷ ହେଲାପରେ ସଂପୃକ୍ତ ଯୁବକ ଉକ୍ତ ଯୁବତୀ ପିଙ୍କି ମେହେରଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ରାଜି ହୋଇଥିଲେ ଓ ଏ ନେଇ ଏକ ରାଜିନାମା ପତ୍ର ଥାନାରେ ଲେଖାଯିବା ସହିତ ଅଳ୍ପ ଦିନ ମଧ୍ୟରେ ଉଭୟ କୋର୍ଟ ରେ ବିବାହ କରିବେ ବୋଲି ଥାନା ଅଧିକାରୀ ଶ୍ରୀ ବାମଦେବ ସଙ୍ଖୁଆଲ ସୂଚନା ଦେଇଛନ୍ତି l ପିଙ୍କି ଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ଉକ୍ତ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l