-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଚମ୍ପାମାଲ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଚମ୍ପେଶ୍ୱର ମହାଦେବଙ୍କର ପାଞ୍ଚଦୋଳ ଯାତ୍ରା ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ପଞ୍ଚଦୋଳ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ଯାତ୍ରା କମିଟି ସଭାପତି କିଶୋର ହୋତା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ସମ୍ମାନିତ ଅଥିତି ଲୁତୁରପଙ୍ଗ ସରପଞ୍ଚ ସୂର୍ଯ୍ୟ ନନ୍ଦ, ସମାଜସେବୀ ମୀନକେତନ ମହାକୁର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରାମକୃଷ୍ଣ ହୋତା ଯୋଗ ଦେଇ ଦୋଳ ମହୋତ୍ସବ ର ତାତ୍ପର୍ଯ୍ୟ ଉପରେ ଅଭିଭାଷଣ ଦେଇଥିଲେ l ସାମ୍ବାଦିକ ଗୌରୀ ଶଙ୍କର ପାଣିଗ୍ରାହୀ, ସନାତନ ନାଗ ଙ୍କୁ ସାମର୍ଦ୍ଧନା ଦିଆଯାଇଥିଲା lପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ପାତାଳି ଶ୍ରୀକ୍ଷେତ୍ର ଭଜନପରିବେଷଣ କରାଯାଇଥିଲl, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସୁଦର୍ଶନ ବିଶ୍ୱାଳ,କାର୍ତ୍ତିକ ଭୁକ୍ତା, ମହେଶ ଶତପଥି, ପୃଥ୍ୱୀ, ଅମ୍ରିତା ପଣ୍ଡା, ସୃଷ୍ଟିକା ବାରିକ, ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀ ଆଶିଷ ବାରିକ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ ବିଶେଷ ଆକର୍ଷଣ ଭାବରେ ମହାତ୍ମା ଗାନ୍ଧୀ ଙ୍କ ଷ୍ଟେଚ୍ୟୁ ଦେଖିବାକୁ ମିଳିଥିଲା l