-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ତୁରେକେଲା, (ପ୍ରେରଣା ଖବର) କଂଟାବାଞ୍ଜି ରେଳ ଷ୍ଟେଶନରେ ମାରୱାଡି ୟୁବା ମଂଚ ବିକାଶ ଶାଖା ପକ୍ଷରୁ ବୃଦ୍ଧ ବୃଦ୍ଧା , ରୋଗୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଗଣା ବ୍ୟାଟେରି ଗାଡିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟାକ୍ରମରେ ବଲାଙ୍ଗିର ସାଂସଦ ସଂଗିତା ସିଂ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତକା ଦେଖାଇ ଗାଡିର ଶୁଭାରମ୍ଭ କରିଥିଲେ । ତେବେ ଏହି ଗାଡି ବୃଦ୍ଧ ବୃଦ୍ଧା , ରୋଗୀ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ସହାୟକ ହୋଇ ପାରିବ । ଯେଉଁ ମାନେ ଗୋଟିଏ ପ୍ଲାଟ ଫର୍ମରୁ ଅନ୍ୟ ପ୍ଲାଟ ଫର୍ମକୁ ଯିବାକୁ ଅନେକ ଅସୁବିଧାର ସମ୍ମଖୀନ ହୋଇଥାନ୍ତି । ଏହି ଗାଡି ଯୋଗୁ ସେମାନେ ଆରାମରେ ଯାଇ ପାରବେ । ଲୋକଙ୍କ ପାଇଁ ଏଭଲି କାମ ପାଇଁ ସାଂସଦ ବିକାଶ ଶାଖାକୁ ପ୍ରସଂଶା କରିଥିଲେ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିୟ ଅତିଥି ଭାବେ ମାରୱାଡି ୟୁବା ମଂଚ ରାଜ୍ୟ ସଭାପତି ନରେଶ ଅଗ୍ରୱାଲ, ଉପସଭାପତି କେତନ ଅଗ୍ରୱାଲ, କଂଟାବାଞ୍ଜି ଶାଖା ସଭାପତି ଅଣୁପ ଜୈନ, ନେସନାଲ କନଭେନର ପରାଗ ଅଗ୍ରୱାଲ, ଗାଡି ଦାନ କରିଥିବା ଟିଟିଲାଗଡର ସମ୍ଭୁ ଗୋୟଲ ପରିବାର ସଦସ୍ୟ, ସାମାଜିକ କର୍ମୀ ରାଜିବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଂଚ ପରିଚାଳନା ସୁମିତ ଜୈନ କରିଥିଲେ l