-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ବଲାଙ୍ଗିର (ପ୍ରେରଣା ଖବର )ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା I ବଲାଙ୍ଗୀର ଗାନ୍ଧିନଗରପଡାରେ ଭଡାରେ ରହୁଥିଲେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗୌରେନମୁଣ୍ଡାର ରୋହିତ ଥାପ୍ପା ଓ ତାଙ୍କ ସ୍ତ୍ରୀ କବିତା ସାହୁ I ରୋହିତ ଶ୍ରମିକ ଶ୍ରେଣିର I ସ୍ତ୍ରୀ ଓ କୁନି ଝିଅ ସହ ଭଡା ଘରେ ରହୁଥିଲେ I ଗତକାଲି ରାତିରେ ମଦ ପିଇବା ପାଇଁ ଟଙ୍କା ମାଗିବାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା I ଉଭୟ ଖାଇ ସାରିବା ପରେ ସକାଳୁ ରୋହିତ ଥାପ୍ପାର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ I ଖବରପାଇ ବଲାଙ୍ଗୀର ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି I