-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
କଣ୍ଟାବାଞ୍ଜି,ତୁରେକେଲା(ଆନନ୍ଦ ମୋଟେ): ବଲାଙ୍ଗିର ଜିଲ୍ଲା ତୁରେକେଲା ଡାକ୍ତରଖାନା ବର୍ତମାନ ସମୟରେ ଅବ୍ୟବସ୍ଥା ଦେଇ ଗତି କରୁଛି । ତୁରେକେଲା ଡାକ୍ତରଖାନାକୁ ଆଖ ପାଖ ଅଂଚଳର ପ୍ରାୟ ୧୫ ରୁ ଅଧିକ ଗାଁ ଲୋକ ନିର୍ଭର କରିଥାନ୍ତି । ରୋଗୀ ଅନୁପାତରେ ଡାକ୍ତର ସଂଖ୍ୟା କମ ଥିବା ବେଳେ ରୋଗୀ ମାନେ ବାଧ୍ୟ ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଖର୍ଚ୍ଛାନ୍ତ ହେଉଛନ୍ତି । ଦିନ ସମୟରେ ରୋଗୀ ସେବା ବ୍ୟାଘାତ ହେଉଥିବା ବେଳେ ରାତି ସୟର କଥା କିଏ ପଚାରେ । ରାତି ସମୟରେ କୌଣସି ଡାକ୍ତର କିମ୍ବା କର୍ମଚାରିଙ୍କ ଦେଖା ମିଲେନାହଁ । ରାତି ସମୟରେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ଡାକ୍ତର ଡାକ୍ତରଖାନାରେ ନରହି ଘରେ ରହୁଥିବା ଅଭିଯୋଗ ହେଉଛି । ଯଦି କୌଣସି ଜରୁରି ସମୟରେ ରୋଗୀ ଡାକ୍ତରକୁ ଖୋଜିବ ତେବେ ସେ ଡାକ୍ତର ଘରକୁ ଯିବାକୁ ପଡିବ । ବୁଧବାର ରାତି ଡାକ୍ତରଖାନାରେ କୌଣସି ଡାକ୍ତର କିମ୍ବା କର୍ମଚାରି ଦେଖିବାକୁ ମିଲିନଥିଲା । ଡାକ୍ତରଖାନା ସିକ୍ୟୁରିଟି କେବଳ ଉପସ୍ଥିତ ଥିଲା । ତେବେ ଏନେଇ ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରି ମହନ୍ତ ବାବୁଙ୍କୁ ପଚାରିବାରୁ ଡାକ୍ତର ଖାନାରେ କର୍ମଚାରି ଅଭାବ ତେଣୁ ରାତି ସମୟରେ ଡାକ୍ତର ଘରେ ରହୁଛନ୍ତି ଯଦି କୌଣସି ରୋଗୀର ଡାକ୍ତର ଦରକାର ପଡିଥାଏ ତେବେ ଡାକ୍ତର ନିଶ୍ଚିତ ଆସିବେ ବୋଲି କହିଥିଲେ ।