-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
03-Mar-2023
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ ଡି ଆର ଡି ଏ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଯୋଗ ଦେଇ ଉଦ୍ୟୋଗୀ ସପ୍ତାହ -2023 ପାଳନ ର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l ମାର୍ଚ୍ଚ 5 ରୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରୟାଲ ପଡିଆରେ ଉଦ୍ୟୋଗୀ ସପ୍ତାହ ପାଳନ କରାଯିବ l ଏହି ଅବସରରେ ଏକ ଶିଳ୍ପ ପ୍ରଦର୍ଶନୀ ର ଆୟୋଜନ କରାଯିବ l ଏଥିରେ 45 ଟି ଷ୍ଟଲ ରେ ଜିଲ୍ଲା ର ବିଭିନ୍ନ ଉଦ୍ୟୋଗୀ / ସ୍ଵଂୟ ସହାୟକ ଗୋଷ୍ଠୀ ଭାଗ ନେଇ ତାଙ୍କ ଦ୍ରବ୍ୟ ର ବିକ୍ରି କରିପାରିବେ l ଉକ୍ତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ଉଦ୍ୟୋଗୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ତାର ବଜାରୀ କରଣ ଓ ବ୍ୟାଙ୍କ ରୁ କିଭଳି ଆର୍ଥିକ ସହଯୋଗ ପାଇବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ l ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ୟୋଗୀକତା କୁ ଆକର୍ଷିତ କରିବା ପାଇଁ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯିବ ବୋଲି ସୂଚନାପ୍ରଦାନ କରାଯାଇଛି l ଏହି ଆୟୋଜନ ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଉଦ୍ୟୋଗ ପ୍ରତି ଅନ୍ୟମାନେ ମଧ୍ୟ ଆକୃଷ୍ଟ ହେବl ସହ ଆର୍ଥିକ ମାନଦଣ୍ଡରେ ସୁଦୃଢତା ଆସିପାରିବ l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବଳଭଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,ହସ୍ତ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର, ଶିଳ୍ପ କେନ୍ଦ୍ର ର ସୁରେଶ ସାହୁ, ଜଗନ୍ନାଥ ଧରୁଆ, ସୁଶୀଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l