-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
03-Mar-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଆଜି କପିଳେଶ୍ୱର ଚେରିଟେବୁଲ ହସ୍ପିଟାଲ ଧର୍ମଶାଳା ଠାରେ ସୁବର୍ଣ୍ଣପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ହେପା୍ଟାଈଟିସ ବି ଓ ସି ପାଇଁ ଏକ ସ୍କ୍ରିନିଙ୍ଗ କ୍ୟାମ୍ପ ର ଆୟୋଜନ କରାଯାଇଥିଲା l ସୁବର୍ଣ୍ଣପୁର ଡି ଏଚ ଏଚ ର ଡିଜିଜ କଣ୍ଟ୍ରୋଲ ଟିମ ଦ୍ୱାରା ଏହି ଶିବିର କୁ ପରିଚାଳନା କରାଯାଇ 31 ଜଣ ରୋଗୀ ଙ୍କ ହେପା୍ଟାଈଟିସ ବି ଓ ସି ର ପରୀକ୍ଷା କରାଯଇଥିଲା l ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱlମ୍ବର ପତି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ଡି ପି ଏମ ଓ ଡା, ମନୋଜ କୁମାର ଅଦlବର, ଏ ଡି ପି ଏଚ ଓ (ଡିସି ) ଡା, ସ୍ୱାଇଁ, ଡି ଇ ଓ ନାରାୟଣ ରଥ, କାଉନସେଲର ଶୁଭଶ୍ରୀ ଶୁଭଶ୍ରୀ ଶୁଭ ଲଷ୍ମୀ କଅଁର , ଏଲଟି ସୁଜିତ ପଧାନ ଓ ମେଡିକାଲ କର୍ମଚାରୀ ପ୍ରକାଶ ବାଗ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l ଏହି ଘରୋଇ ମେଡିକାଲ ର ଏମଡି ଶ୍ରୀ ପି. ମଣ୍ଟୁ ମହାପାତ୍ର ମଧ୍ୟ ଉପସ୍ଥିତ ରହି ଶିବିର ରେ ସହଯୋଗ କରିଥିଲେ l ସେହିପରି ଆଜି ଅପରାହ୍ନ ରେ ସୋନପୁର ଆଶା ନର୍ସିଙ୍ଗ ହୋମ ଠାରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ର ଏହି ଟିମ ପକ୍ଷରୁ ହେପା୍ଟାଈଟିସ ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମଧ୍ୟ 33 ଜଣ ରୋଗୀ ଙ୍କୁ ସ୍କ୍ରିନିଙ୍ଗ କରାଯାଇଥିବା ସୂଚନା ମିଳିଛି l ନର୍ସିଙ୍ଗ ହୋମ ର ଏମଡି ଶ୍ରୀକାନ୍ତ ମିଶ୍ର ଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ l