-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
03-Mar-2023
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ବେଲଖଣ୍ଡି ନିକଟସ୍ଥ ଦିଗସିରା ଗ୍ରାମ ରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଏକ କର୍ମଶାଳା ଶୀର୍ଷକ *ମୋ ଅଂଚଳ ର ବିକାଶ ମୋ ଦାଇତ୍ଵ* ଅନୁଷ୍ଠିତ ହୋଇଯାଇଛି। ଅଂଚଳ ର ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ସହ ପ୍ରତେକ ଗ୍ରାମବାସୀ ନିଜ ନିଜ ଅଂଚଳର ସାମୁହିକ ବିକାଶ ରେ ଅଂଶ ଗ୍ରହଣ କରି କିପରି ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ରେ ସାମିଲ ହୋଇ ଗ୍ରାମର ଆର୍ଥିକ ଓ ସାମାଜିକ ବିକାଶ ହୋଇପାରିବ ଏହି କର୍ମଶାଳା ର ଲକ୍ଷ ବୋଲି ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା *ଡ଼. ଶିବରାମ ନାୟକ* ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ହେମନ୍ତ ସାହୁ ସଂଯୋଜନା କରିଥିଲେ ଓ ସାମ୍ବାଦିକ ମହାଦେବ ଖଣ୍ଡୁଆଳ ଧନ୍ୟବାଦ ଦେଇଥିଲେ। ଗ୍ରାମବାସୀ ଉପସ୍ଥିତ ରହି ଏହି କାଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।