-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
27-Feb-2023
ବଲାଙ୍ଗୀର ଜିଲ୍ଲାର ବରଗାଁ ଠାରେ ୬ ମାସ ତଳେ ହଜିଥିବା ମୋବାଇଲକୁ ପୁଇଁତଲା ଥାନା ର ବାବୁ ଫେରସ୍ତ କଲେ ।
ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବର ଗାଁ ର ଜଣେ ବ୍ୟକ୍ତିଙ୍କ ମୋବାଇଲ ଗତ ୬ ମାସ ତଳେ ପଡ଼ିଯାଇଥିବା ବେଳେ ତାକୁ ଉଦ୍ଧାର କରି ଫେରାଇଛି ପୁଇଁତଲା ପୁଲିସ । ସୂଚନାଯୋଗ୍ୟ ଯେ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ରେ ଏକ ବର ଗାଁ ର ଗୁରୁଦେବ ନାଗ ନିଜସ୍ଵ କାମରେ ବଲାଙ୍ଗିର ଆସି ଫେରୁଥିବା ବେଳେ ପୁଇଁତାଲା ଛକ ରେ ଅଟକାଇଥିଲେ। ଏନେଇ ସେଠାରେ କଉଠି ତାଙ୍କର ମୋବାଇଲ ପଡ଼ିଯାଇଥିଲା । ଏନେଇ ସେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ତାଙ୍କୁ ତାଙ୍କର ମୋବାଇଲ ଫେରାଯାଇଥିବା ଜଣାପଡିଛି । ମୋବାଇଲ ଫେରି ପାଇବା ପରେ ସେ ଖୁସି ଜାହିର କରିଥିଲେ।