-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
27-Feb-2023
ବଲାଙ୍ଗିର // ତାମିଲନାଡୁରୁ ବଲାଙ୍ଗିରକୁ ଆସି ଏଠାରେ କାମ କରୁଥିବା ଜଣେ ଯୁବକ ମଦ ପିଇ ନିଶାସକ୍ତ ଅବସ୍ଥାରେ କୁଆଡେ ପଳାଇଛି । ତିନିଦିନ ହେଲା ତାର ପତ୍ତା ମିଳୁନଥିବା ବେଳେ ଏନେଇ ତାର ସହକର୍ମୀ ମାନେ ବଲାଙ୍ଗୀର ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ତାଲିମନାଡୁ ର ପାଲାନି ସ୍ବାମୀ ଟଙ୍ଗରାଜ ବୟସ ୩୮ ବଲାଙ୍ଗିରର ଶାନ୍ତି ପଡା ସ୍ଥିତ ବାବା ବୋର୍ ୱେଲ ରେ କାମ କରୁଥିଲେ। ସେ କଥା କହି ପାରନ୍ତି ନାହିଁ। ତେବେ ଗତ ୨୩ ତାରିଖ ଠାରୁ ସେ ମଦ ପିଇ କୁଆଡେ ଫେରାର ମାରିଛନ୍ତି । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ନ ମିଳିବାରୁ ଆଜି ତାଙ୍କର ସହକର୍ମୀ ରାଜା ଭି ଟାଉନ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ଖୋଜି ଆଣିବାକୁ ସେ ଟାଉନ ଥାନାରେ ନିବେଦନ କରିଛନ୍ତି।