-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
27-Feb-2023
ବଲାଙ୍ଗିର -କୋଇଲା ନେଇ ଆସୁଥିବା ଏକ ମାଲଗାଡିରେ ନିଆଁ ଲାଗିଥିବା ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ରେଳୱେ ଷ୍ଟେସନ ଠାରେ। ବେଲପାହାଡରୁ ବିଜୟୱାଡା ଯାଉଥିବା ଏକ ମାଲଗାଡିରେ ହଠାତ ନିଆଁ ଲାଗିଥିଲା । ବଲାଙ୍ଗିର ଷ୍ଟେସନରେ ଏହାକୁ କିଛି ବ୍ୟକ୍ତି ଦେଖିଥିଲେ । ଏନେଇ ବଲାଙ୍ଗିର ରେଳବାଇ କର୍ତ୍ତୃପକ୍ଷକୁ ଅବଗତ କରାଇବା ପରେ ସଙ୍ଗେସଙ୍ଗେ ଷ୍ଟେସନ ସୁପରିଟେଣ୍ଡେଣ୍ଟ ସୁରେଶ ଚନ୍ଦ୍ର ଦାସ ଅଗ୍ନିଶମ ବିଭାଗ କୁ ଖବର କରିଥିଲେ । ଖବର ପାଇଁ ସେମାନେ ଘଟଣାସ୍ଥଳରେ ପହଞ୍ଚô ନିଆଁକୁ ଆୟତ୍ତ କରିଥିଲେ । ତେବେ ସମୟ ପୂର୍ବରୁ ନିଆଁ କୁ ଆୟତ୍ତ କରାଯିବାରୁ ଏକ ବଡଧରଣର ଅଘଟଣ ହେବାରୁ ବର୍ତ୍ତି ଯାଇଥିବା କୁହାଯାଉଛି ।