-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
(ପ୍ରେରଣା ଖବର) ଭୁବନେଶ୍ବର: ଜାନୁଆରୀ ମାସରୁ ପୁଣି ଥରେ କଡାକଡି ହେବ ହେଲମେଟ ଚେକିଂ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍) ବାତିଲ ନେଇ ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଏସ୍ଟିଏ)ଙ୍କ ପକ୍ଷରୁ କୁହାଯିବା ପରେ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ବର୍ତ୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି । ୨୦୧୯ ଠାରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି । ବେପରୁଆ ଗାଡି ଚାଳକଙ୍କୁ କଠୋର ଦଣ୍ଡ ଦିଆଯିବ ।ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଦ ହେବ ଲାଇସେନ୍ସ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏହି ନୂଆ ନିୟମ, ନୂଆ ବର୍ଷରୁ ଲାଗୁ ହେଉଥିବା ବେଳେ ଏହାକୁ କଡ଼ାକଡ଼ି କରାଯିବା ନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲମେଟ୍ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୁଳକ ଥିଲା । କିନ୍ତୁ ଏହି ନୂଆ ନିୟମ ଲାଗୁ ହେଲେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ତେବେ ଦେଶର କିଛି ମହାନଗରରେ ଏବେ ବି ଏହି ବ୍ୟବସ୍ଥା ରହିଛି ।