-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
24-Feb-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଦକ୍ଷତା ବିକାଶ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିଯୁକ୍ତି ଅଧିକାରୀ ସଞ୍ଜୁ କୁମାରୀ ସାହୁ ମୁଖ୍ୟ ପରାମର୍ଶ ଦାତା ଭାବରେ ଯୋଗଦେଇ ଶିକ୍ଷିତ ବେକାରୀ ମାନେ ବିଭିନ୍ନ ସରକାରୀ ବେସରକାରୀ ତାଲିମ କେନ୍ଦ୍ର ରେ ତାଲିମ ଗ୍ରହଣ ପରେ ନିଶ୍ଚିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ତାଲିମ ଗ୍ରହଣ କରିଥିବା ଯୁବକ ଯୁବତୀ ମାନେ କର୍ମ ସଂସ୍ଥାନ ମିଳି ପାରିବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ଓଡିଶା ଜୀବିକା ମିଶନ ର ବ୍ଲକ ଅଧିକାରୀ ମନୋଜ କୁମାର ବାଗ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ, ସରକାରୀ ଆଇ ଟି ଆଇ, ପୋଲିଟେକନିକ କଲେଜ,ସି ଆଇ ପି ଇ ପାରାଦ୍ୱୀପ, ଟି ୱାଜିର,ସୋନପୁର, ଟି ୟୁ ଡି ବାଙ୍ଗାଲୋର,ଏ ସି ଏମ ଏଲ ଇଣ୍ଡିଆ ବଲାଙ୍ଗୀର ପ୍ରଭୁତି ସଂସ୍ଥା ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ଜୀବିକା ମିଶନ ର, ଏମ ବି କେ ସି ଆର ପି ବ୍ଲକ ଅଧିକାରୀ ଏବଂ ହିତାଧିକାରୀ ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l