-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
23-Feb-2023
ବଲାଙ୍ଗିର / ଆଜି ଏକ ଚାରିଚକିଆ ଗାଡି ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସ୍ଥିତ ପଥର ଚେପା ହନୁମାନ ମନ୍ଦିର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ମାଲ ନେଇ ଯାଉଥିବା ଗାଡ଼ି ସମ୍ମୁଖରେ ଗାଈ ଆସିବାରୁ ଗାଡ଼ି ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ସୂଚନା ଅନୁସାରେ ଆଜି ଭୋର ସକାଳେ ଆଚାର ଏବଂ ଟମାଟ ସସ୍ ନେଇ ଯାଜପୁରରୁ ପାଟଣାଗଡ଼ ଅଭିମୁଖେ ଆସୁଥିଲା । ତେବେ ଗନ୍ତବ୍ୟ ସ୍ଥଳକୁ ଆଉ ମାତ୍ର କିଛି ବାଟ ରହିଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭର ଦିବ୍ୟ ଆଲୋକ ମଲ୍ଲିକ ଓ ହେଲପର ଅର୍ଜୁନ ମଲ୍ଲିକ ସାମାନ୍ୟ ଆହତ ହୋଇଛନ୍ତି । ଗାଡ଼ିରେ ଲୋଡ ହୋଇଥିବା କିଛି ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଗାଡ଼ିକୁ ଉଦ୍ଧାର କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଘଟଣାସ୍ଥଳରେ ବଲାଙ୍ଗୀର ସଦର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।