-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ବିଶେଷ

ଜାରି ରହିଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ : ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ଗୁରୁପ୍ରିୟା, ଦିନରାତି ଜଗିଛନ୍ତି ବିଏସ୍‌ଏଫ୍‌ ଯବାନ

05-Dec-2020



ମାଲକାନଗିରି (ପ୍ରେରଣା ଖବର) :  ଗତ ୨ ତାରିଖ ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱାଭିମାନ ଅଂଚଳରେ ସବୁଠାରୁ ବେଶୀ ଅଘଟଣ ଘଟିବାର ଆଶଙ୍କା ରହିଥିବା ବେଳେ ଏଠାରେ ବିଏସ୍‌ଏଫ୍‌,  ପୁଲିସ, ଏସ୍‌ଓଜି ଏବଂ ଡିଭିଏଫ ଯବାନଙ୍କ ତରଫରୁ ଜୋରଦାର କୁମ୍ବିଂ କରାଯାଉଛି। ନକ୍ସଲଙ୍କୁ କୌଣସି ଅଘଟଣ ଘଟାଇବା ସୁଯୋଗ ଦିଆଯାଉନାହିଁ। ଗୁଇନ୍ଦା ବିଭାଗ ଅତି ସତର୍କତାର ସହ କାମ କରୁଛି। ନକ୍ସଲଙ୍କର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି ସୁରକ୍ଷା ବାହିନୀ।ତେବେ ସ୍ୱାଭିମାନ ଅଂଚଳକୁ ଅବଶିଷ୍ଟ ଓଡ଼ିଶା ସହିତ ଯୋଡ଼ୁଥିବା ଗୁରୁପ୍ରିୟା ସେତୁର ସୁରକ୍ଷା ସବୁଠାରୁ ଅଧିକ ରହିଛି। କୌଣସି କ୍ଷେତ୍ରରେ ସୁରକ୍ଷାରେ ଯଦି ଢିଲା ହୁଏ ତେବେ ନକ୍ସଲ ଏଠାରେ ବଡ ଅଘଟଣ ଘଟାଇବାରେ ସଫଳ ହେବେ। କୌଣସି ମୂହୁର୍ତ୍ତରେ ମଧ୍ୟ ନକ୍ସଲ ଗୁରୁପ୍ରିୟାକୁ ଟାର୍ଗେଟ କରିପାରନ୍ତି। ସେତୁର ଦୁଇ ପଟେ ବିଏସ୍‌ଏଫ୍‌ ଯବାନ ଯିବା ଆସିବା କରୁଥିବା ଲୋକଙ୍କର ଯାଞ୍ଚ କରୁଛନ୍ତି । ଗୁରୁପ୍ରିୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।କିପରି ଗୁରୁପ୍ରିୟାକୁ ସୁରକ୍ଷା ପ୍ରଦାନ କରାଯାଉଛି ତାହା ଆମେ ରାତିରେ ସେଠାରେ ରହି ସ୍ଥିତି ପରଖିଥିଲୁ। ସଂଧ୍ୟା ହେବା ମାତ୍ରେ ଗୁରୁପ୍ରିୟାରେ ଲାଗିଥିବା ଲାଇଟଗୁଡିକ ଝଲସି ଉଠିଥିଲା। ସ୍ୱାଭିମାନ ଅଂଚଳ ପାଇଁ ଏହା ସଂପର୍କର ସେତୁ ହୋଇଥିବାରୁ ସରକାର ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି। ଯବାନ ଗୁରୁପ୍ରିୟାର ଚାରିଆଡେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଯବାନ ସେତୁ ତଳେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଯବାନ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନକ୍ସଲଙ୍କର ଗତିବିଧିକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି।ଗୁରୁପ୍ରିୟାରେ ସୁରକ୍ଷା ବ୍ୟବସ୍ଥା ଏତେ କଡାକଡି କରାଯାଇଛି ଯେ ଏଠାକୁ ନକ୍ସଲ ଆସିବା ପୂର୍ବରୁ ଶହେ ଥର ଚିନ୍ତା କରିବେ। ଏଠାରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୂରଦୂରାନ୍ତ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇଛି। ଦୁଇ ଘଣ୍ଟାରୁ ପାଞ୍ଚ ଘଣ୍ଟା ଗୋଟିଏ ଦଳ ସେତୁକୁ ଜଗି ରହିଥିବା ବଳେ ଏହା ପରେ ଆଉ ଏକ ଦଳ ଏହାର ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଥାଏ। ସେତୁର ସୁରକ୍ଷା ସଂପର୍କରେ ସୁରକ୍ଷାକର୍ମୀଙ୍କ ସହ କଥା ହେଲାବେଳେ ସେମାନେ କିପରି ସେତୁକୁ ସୁରକ୍ଷା ଦେଉଛନ୍ତି ସବୁ ବଖାଣିଥିଲେ।

 

ରାତିରେ ସେତୁ ନିକଟରେ ହେଉଥିବା ଗତିବିଧିକୁ ସୁରକ୍ଷାକର୍ମୀ ଟିକିନିଖି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। କୌଣସି ବି ହଲଚଲ ହେଲେ ସୁରକ୍ଷାକର୍ମୀ ତୁରନ୍ତ ନିଜ ପୋଜିସନ ନେଇଯାନ୍ତି।

ସେତୁରେ ଲାଗିଥିବା ଲାଇଟଗୁଡିକ ଏପରି ଝଲସୁଛି ଯେ ରାତିରେ ଦିନର ଭ୍ରମ ସୃଷ୍ଟି କରୁଛି। ପେପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି। ସେତୁ ନିକଟରେ କୌଣସି ଅଘଟଣ ହେଲେ ସେ ତୁରନ୍ତ ପହଞ୍ଚିଯାନ୍ତି।ସ୍ୱାଭିମାନ ଅଂଚଳରେ ଏବେ ବିକାଶର ଧାରା ଜୋରସୋରରେ ଚାଲିଥିବା ବେଳେ ଏଥିପାଇଁ ସେତୁ ହିଁ ମୁଖ୍ୟ ଭୁମିକା ଗ୍ରହଣ କରୁଛି। ସ୍ୱାଭିମାନ ଅଂଚଳର ୧୫୧ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ଲାଇଫ ଲାଇନ କୁହଯାଉଥିବା ଗୁରୁପ୍ରିୟା ସେତୁକୁ ସରକାର ଅତି ଗୁରୁତ୍ୱର ସହ ନେଇ ଏହାର ସୁରକ୍ଷାକୁ ବଢାଇ ଦେଇଛନ୍ତି। ପିଏଲଜିଏରେ ନକ୍ସଲ କିଛି ବି ଘଟାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଏକ କିଲୋମିଟର ବିଶିଷ୍ଟ ଏହି ସେତୁରେ ରାତିରେ ମଧ୍ୟ ସୁରକ୍ଷାକର୍ମୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଲୋକେ ରାତିରେ ଯଦି ସେତୁ ପାର ହୁଅନ୍ତି ତେବେ ପ୍ରତ୍ୟେକ ସ୍ଥାନରେ ଯାଞ୍ଚର ସାମ୍ନା କରିବାକୁ ପଡିଥାଏ।ତେବେ ଦିନ ଅପେକ୍ଷା ରାତିରେ ବିପଦ ଅଧିକା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିଜ ପାଖରେ ପରିଚୟ ପତ୍ର ନଥିଲେ ସୁରକ୍ଷାକର୍ମୀ ସଂଦେହ ନଜରରେ ଦେଖନ୍ତି। ତେଣୁ ଏହି ସମୟରେ ଅତି ସତର୍କତା ଅବଲମ୍ବନକୁ ପ୍ରାଥମିକତା ଦିଆଯାଇଥିବା ସୁରକ୍ଷାକର୍ମୀ କହନ୍ତି। ଗୁରୁପ୍ରିୟା ସେତୁ ଯୋଗୁଁ ଆଜି ସ୍ୱାଭିମାନ ଅଂଚଳରେ ବିକାଶର ଚିହ୍ନ ଦେଖିବାକୁ ମିଳିଛି। ଲୋକଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପହଞ୍ଚାଇ ପାରୁଛନ୍ତି ସରକାର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like