-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ରେଳ ଷ୍ଟେସନଛକରେ ପୁଣିଚାଲିଲା ଖଣ୍ଡା,ପାନଦୋକାନୀଙ୍କୁ ହାଣିଲେ ଦୁବୃତ୍ତ ଶାସ୍ତ୍ରୀନଗର ଆକ୍ରମଣଘଟଣାରେ ବଡଭାଇ,ଆଜିର ଘଟଣାରେ ସାନଭାଇ ମୁଖ୍ୟ ଅଭିଯୁକ୍ତ

12-Feb-2023



ବଲାଙ୍ଗିର, ବଲାଙ୍ଗୀର ସହରରେ ଜମିକାରବାରରୁ ବଟିଆଦାୟ ଓ ନିଶାକାରବାରରେ ନିଜର ପତିଆରା ଜାହିର କରିବାକୁ ବିଭିନ୍ନ ସମୟରେ ଅପରାଧ ଘଟୁଛି । ଗୋଷ୍ଠୀଗତ ଭାବରେ ଅସ୍ତ୍ରଶସ୍ତ୍ରରେ ଗୋଷ୍ଠୀ ଗୋଷ୍ଠୀ ହୋଇ ଅପରାଧିଗୋଷ୍ଠୀ ପ୍ରତିପକ୍ଷଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି । ବହୁ ସ୍ଥାନରେ ଗୁଳିଫୁଟୁଛି ଓ ଆଉ କେତେକ ସ୍ଥାନରେ ଖଣ୍ଡାଭୁଜାଲି ବୁଲୁଛି । ବଲାଙ୍ଗୀର ସହରରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି । ଗତ କିଛିଦିନ ତଳେ ବଲାଙ୍ଗୀର ଶାସ୍ତ୍ରୀନଗରପଡାରେ ଜଣେ ଯୁବକଙ୍କ ଘରକୁ ପଶି ସେହି ଯୁବକ ଓ ତାର ସ୍ତ୍ରୀକୁ ୫ଜଣ ଅପରାଧି ଖଣ୍ଡାରେ ହାଣିଦେଇ ଲହୁଲୁହାଣ କରିଦେଇଥିଲେ । ସେହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା ଯାହାକି ଲୋକଙ୍କୁ ଭୟଭିତ କରିଦେଇଛି । ଏବେ ପୁଣି ଜଣେ ଯୁବକକୁ ରେଳ ଷ୍ଟେସନଛକରେ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି । ଯେଉଁ ଗୋଷ୍ଠି ଶାସ୍ତ୍ରୀନଗରରେ ଆତଙ୍କ ଖେଲାଇଥିଲେ ସେହି ଗୋଷ୍ଠିର ଆଉକିଛି ଯୁବକ ଆଜିର ଘଟଣା ଘଟାଇଛନ୍ତି । କଫସିରଫ ବ୍ୟବସାୟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟ ଅନେକ ସମୟରେ ଗଣ୍ଡଗୋଳ ଲାଗିରହୁଥିବା ବେଳେ ଆଜି ପେଲେସଲାଇନପଡାର ପ୍ରେମପ୍ରକାଶ ନାଏକ(୨୪)ବର୍ଷର ଜଣେ ଯୁବକକୁ ଷ୍ଟେସନଛକରେ ଖଣ୍ଡାରେ ଆକ୍ରମଣ କରାଯାଇଛି । ପ୍ରେମପ୍ରକାଶଙ୍କ ଡାହାଣହାତ ଓ ବାମଗୋଡରେ ଖଣ୍ଡାଚୋଟ ମରାଯାଇଛି । ଗୁରୁତର ଅବସ୍ଥାରେ ପୋଲିସ ପିସିଆର ଭେନ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଚିକିତ୍ସା କରାଇ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଦେହରୁ ଅଧିକ ରକ୍ତ ବହିଯାଇସାରିଥିବା ବେଳେ ଆଘାତ ମଧ୍ୟ ଗଭୀର ରହିଛି । ତେଣୁ ବଲାଙ୍ଗୀରରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଶାସ୍ତ୍ରୀନଗର ଘଟଣାରେ ରାଜୀବନଗରର ଶ୍ରୀକାନ୍ତ ମଟାରୀ ରହିଥିବା ବେଳେ ଆଜିର ଘଟଣାରେ ତାଙ୍କ ଭାଇ ଟିକୁ ମଟାରୀ ମୁଖ୍ୟଅଭିଯୁକ୍ତ ରହିଛି । ତାଙ୍କ ବାପା ବାହାଦୂର ମଟାରୀ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧି । ଗତ କିଛିଦିନ ତଳେ ଅନ୍ୟଗୋଷ୍ଠିର ଯୁବକମାନେ ବାହାଦୂରକୁ ମୁଣ୍ଡାରେ ଭୁଜାଲି ଚୋଟ ମାରିଥିଲେ । ଫଳରେ ସେହି ଘଟଣାର ପ୍ରତିଶୋଧ ଆଜି ନେଇଛନ୍ତି ଟିକୁ ମଟାରୀ ଓ ତା ଗୋଷ୍ଠୀର ଯୁବକ । ଉଭୟ ଗୋଷ୍ଠୀ କଫସିରଫ ଓ ମଦ ବ୍ୟବସାୟରେ ରହିଛନ୍ତି । ତେଣୁ ସେହି ବ୍ୟବସାୟରେ ପତିଆରା ଦେଖାଇବାକୁ ନେଇ ଆକ୍ରମଣ ପ୍ରତିଆକ୍ରମଣ ଲାଗିରହିଛି । ଘଟଣାପରେ  ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁଛି । କିନ୍ତୁ ମାମଲାକୁ ହାଲୁକା କରି ଅପରାଧିଗୋଷ୍ଠୀକୁ ଭିତିରି ଭାବରେ ସହ ଯୋଗ କରୁଥିବାରୁ ସେମାନେ ଖୁବ ଅଲ୍ପଦିନରେ ଜେଲରୁ ବାହାରି ପୁଣି ସେହି ଧନ୍ଦାରେ ରହୁଛନ୍ତି । ତେଣୁ ବଲାଙ୍ଗୀର ସହରରେ ଅପରାଧ ବଢିବଢି ଚାଲିଛି  ଓ ବଲାଙ୍ଗୀର ଏକ କ୍ରାଇମସିଟି ହେବାକୁ ବସିଛି ।  ରାଜ୍ୟର ଗୃହବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like