-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
12-Feb-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ମେହେର ପଡ଼ାରେ " ଆଠ ମାସ ହେବ ସୋଲାର ପ୍ରକଳ୍ପ ଅଚଳ, ପିଇବା ପାଣି ପାଇଁ ହନ୍ତସନ୍ତ, ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ" ଏକ ସମସ୍ୟା ଭିତ୍ତିକ ଖବର ଗତ ୭ ତାରିଖ ରେ "ପ୍ରରେଣା" ଖବରକାଗଜ ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ ନେଇ ସାମାଜିକ କର୍ମୀ ରମେଶ ମେହେର ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଠାରେ ଟୁଇଟ ଯୋଗେ ଅଭିଯୋଗ କରିଥିଲେ। ଟୁଇଟ ହେବା ମାତ୍ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ପ୍ରକଳ୍ପ ମାରାମତି କରାଯାଇଥିବା ଦେଖିବାକୁ ମିଳିଛି। ଫଲରେ ସ୍ଥାନୀୟ ଲୋକେ ପ୍ରେରଣା ଖବରକାଗଜକୁ ଧନ୍ୟବାଦ ଜଣାଇଛନ୍ତି ।