-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
12-Feb-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ପଞ୍ଚାୟତ ଅନ୍ତର୍ଗତ ହନୁମାନ ପାଲି ଠାରେ ୨୪ ପ୍ରହରୀ ନାମ ଯଜ୍ଞ ପାଇଁ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ପୋଖରୀରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଗଙ୍ଗା ମାତାଙ୍କୁ ଆବାହନ କରି ଏକ ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣ କଳସି ଧରି ନଗର ପରିକ୍ରମା କରି ନାମ ମଣ୍ଡପ ସ୍ଥାପନ କରିଥିଲେ। ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବୈଶାଖୁ ମେହେର, ସୁଦାମ ମେହେର, ଗର୍ଜନ ମେହେର,ରୁଷି ହାତୀ ପ୍ରମୁଖ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ନାମ ଯଜ୍ଞ ତଥା ରାମାୟଣ ପାରାୟଣ ହେଉଥିବା ଆୟୋଜକ ପକ୍ଷରୁ ସୂଚନା ମିଳିଛି।