-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଅଙ୍ଗନୱାଡ଼ି ଶିଶୁଙ୍କୁ ବଦଳରେ ମାଛ ଖାଉଛି ଛତୁଆ ଘଟଣା, ସିଡିପିଓ ଙ୍କ ତଦନ୍ତ

11-Feb-2023



ଡାବୁଗାଁ :  ଶିଶୁଙ୍କ ବଦଳରେ ମାଛ ଖାଉଛି ଛତୁଆ . ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯାଇଥିବା ଛତୁଆ ଏକ ପୋଖରୀରେ ମାଛ ଙ୍କୁ ଖାଇବାକୁ ଦିଆଯାଇଥିବା ନେଇ ଖବର ପ୍ରସାରଣ ପରେ ଚେଇଁ ଉଠିଛି ମହିଳା ଓ ସମ୍ମନିତ ଶିଶୁ ବିଭାଗ . ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସିଡିପିଓ ଗତକାଲି ମହେନ୍ଦ୍ରି ଗ୍ରାମ ର ପୋଖରୀ ରେ ଯାଇ ତଦନ୍ତ କରିଥିଲେ . ପ୍ରାଥମିକ ତଦନ୍ତ ପରେ ଛତୁଆ ପକେଟ୍ ଡାବୁଗାଁ ହାଟପଦା ସ୍ଥିତ ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ର ବୋଲି ଜଣା

ପଡିଥିଲା . ପାପଡାହାଣ୍ଡି ବ୍ଲକ ର ମହେନ୍ଦ୍ରି ଗ୍ରାମରେ ଥିବା ଏହି ପୋଖରୀ ସରକାରୀ ପୋଖରୀ ହୋଇଥିବା ସ୍ଥଳେ କୋରାପୁଟ ର ଜଣେ ବ୍ୟେକ୍ତି ଙ୍କୁ ଏହି ପୋଖରୀ ନିଲାମ ଆକାରରେ ଦିଆ ଯାଇଥିବା ତଦନ୍ତ ରୁ ଜଣା ପଡ଼ିଥିଲା ବେଳେ ସଂପୃକ୍ତ ମାଛ ଜାଆଁଳା ଛାଡିଥିବା ବ୍ୟେକ୍ତି ହିଁ ଡାବୁଗାଁ ବ୍ଲକ ରୁ ଶିଶୁ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ କୁ ଚୋରା ରେ ନେଇ ମାଛ ଙ୍କୁ

ଖାଦ୍ୟ ଆକାରରେ ଦେଇଥିବା ସ୍ପଷ୍ଟ ହୋଇଛି . ତେବେ ମାଛ ଯାଆଁଳା ଛାଡିଥିବା ସଂପୃକ୍ତ ବ୍ୟେକ୍ତି ପୋଖରୀରେ ମହେନ୍ଦ୍ରି ଗ୍ରାମ ର କିଛି ଶ୍ରମିକ ଲଗାଇ ଏହି କାର୍ଯ୍ୟ କରିଥିବା ଅନୁମାନ କରାଯାଉଛି . ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣା ପ୍ରାଥମିକ ରିପୋର୍ଟ ଡିଏସବ୍ଲୁ ଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ଛତୁଆ ତସ୍କରି କରି ମାଛ ଙ୍କୁ ଖାଦ୍ୟ ଆକାରରେ ଦେଇଥିବା ବ୍ୟେକ୍ତି ବିଶେଷ ଙ୍କୁ ବିଭାଗ ତରଫରୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା .  ସୂଚନା ଥାଉ କି ଡାବୁଗାଁ  ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଙ୍କ ଅଧିନରେ ଡାବୁଗାଁ ସଦର ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ଲକ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୁ ଶିଶୁ ଓ ମହିଳା ଙ୍କ ପାଇଁ ଛତୁଆ ବଣ୍ଟନ କରାଯାଉଥିଲା . ତେବେ ଗତ ନଭେମ୍ବର ମାସ ୨୦୨୨ ମସିହାର ୪୦ ରୁ ଉର୍ଦ୍ଧ  ଛତୁଆ ପେକେଟ ଡାବୁଗାଁ ନିକଟ ମହେନ୍ଦ୍ରି ଗ୍ରାମ ର ଏକ ପୋଖରୀ ରେ ପକେଟ୍ ଖୋଲା ଯାଇ ପଡିଥିବା ଦେଖା ଦେଇଥିଲା . ପୋଖରୀରେ ମାଛ ଜାଆଁଳା ଛଡା ଯାଇଥିବାରୁ ମାଛ ଙ୍କୁ ଦାନା ଦେବା ପାଇଁ ଏହି ଛତୁଆ ଗୁଣ୍ଡ କୁ ଏଠାରେ ପକା ଯାଇଥିବା ଜଣା ପଡ଼ିଥିଲା . ମକା ହାଲୁଆ ଗୁଣ୍ଡ ଛତୁଆ ପେକେଟ୍ ଡାବୁଗାଁ ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ବୋଲି ପକେଟ୍ ର ସ୍ପଷ୍ଟ ଉଲ୍ଲେଖ ଥିଲା . ତେବେ ଶିଶୁ ଓ ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁଷ୍ଟିକର ଛତୁଆ କୁ କିଏ ଓ କାହିଁକି ବିକ୍ରି କରିଛି ତାହା ଜଣା ପଡି ନ ଥିବା ବେଳେ ଡାବୁଗାଁ ବ୍ଲକ ରେ ଛତୁଆ ଯୋଗାଣ ର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠିଥିଲା . ପ୍ରକୃତରେ ମହେନ୍ଦ୍ରୀ ଗ୍ରାମ ପୋଖରୀରେ ପଡ଼ିଥିବା ଏହି ଛତୁଆ ଜରି ଶିଶୁ ଓ ଗର୍ଭବତୀ ମହିଳା ମାନେ ଖାଇବା ଉପଯୋଗୀ କି ନାହିଁ ତାହା ସନ୍ଦେହ ଦେଖା ଦେଇଥିବା ବେଳେ ଖାଇବା ଉପଯୋଗୀ ନ ଥିବାରୁ କେହି ବିକ୍ରି କରିଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ .  ଡାବୁଗାଁ ବ୍ଲକ ରୁ ମହେନ୍ଦ୍ରି ଗ୍ରାମ ମାତ୍ର ତିନି କିମି ଦୂର ହୋଇଥିଲେ ସୁଦ୍ଧା ଏହିଁ ଗ୍ରାମ ପାପଡାହାଣ୍ଡି ବ୍ଲକ ର ହୋଇ ଥିବାରୁ ନିର୍ଭୟରେ ଶିଶୁଙ୍କ ଛତୁଆ ପକେଟ୍ ବିକ୍ରି କରାଯାଇଛି . ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ  ଡାବୁଗାଁ ସିଡିପିଓ ଗତକାଲି ମହେନ୍ଦ୍ରି ଗ୍ରାମ ଯାଇ ଛତୁଆ ଜରି ର ନମୁନା ସଂଗ୍ରହ କରିଥିଲେ ।

(ରିପୋର୍ଟ :ମିହିର ଶଙ୍କର ପାତ୍ର,ନବରଙ୍ଗପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like