-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
05-Feb-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ସୁଦାମ ଚରଣ ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇତିହାସ ଅଧ୍ୟାପକ ଚୌବନ ସାହୁ, ପ୍ରୋଗ୍ରାମ ସଂଯୋଜକ କିଶୋର କୁମାର ଠାକୁର, ଓଡ଼ିଆ ଅଧ୍ୟାପକ ତୃପ୍ତିମୟୀ ପାତ୍ର ଓ ମାଷ୍ଟର ଟ୍ରେନର ମାଧବୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ତାଲିମ ଶିବିର ଟି ଆଠ ଦିନ ଧରି ଚାଲିଥିବା ବେଳେ 100ରୁ ଉର୍ଦ୍ଧ ଛାତ୍ରୀଙ୍କୁ ମାଷ୍ଟର ଟ୍ରେନର ମାଧବୀ ସାହୁ ପ୍ରଶିକ୍ଷଣ ଦେଉଥିଲେ l