-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
05-Feb-2023
ବିନିକା(ହିମାଂଶୁ ଶେଖର ପୁଟେଲ)ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ଭୁଖ ପଡ଼ିଆରେ ଦୀର୍ଘ ୪ଦିନ ଧରି ଚାଲିଥିବା ବିନିକା ପାପକ୍ଷୟ ଲୋକ ମହୋତ୍ସବର ଶନିବାର ଶେଷ ସନ୍ଧ୍ୟାରେ ଢୋଲ,ନିଶାନ,ତାସା,ଦୁଲ୍ଦୁଲି ଆର କଳାକାରଙ୍କ ନାଚ ଗୀତର ସୁରେ ସୂରେ ତଳେ ବସି ଉପଭୋଗ କରୁଥିବା ହଜାର ହଜାର ଦେଖଣାହାରୀଙ୍କ କରତାଳି ସହିତ ପାଦର ଘୁଙ୍ଗୁର ଶବ୍ଦ ସାରା ସହରକୁ ଦୂଳକେଇ ଦେଇଥିଲା ।ଉଦଯାପନୀ ସମାରୋହରେ ମହୋତ୍ସବ କମିଟୀ ସଭାପତି ସୁଧାଂଶୁ ଶେଖର ଦାଶ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ସଭାରେ ସଭାପତିତ୍ବ କରିଥିଲେ ।ଏଥିରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଣ୍ୟପୀଠ ପାପକ୍ଷୟର ଐତିହାସିକ କିମ୍ବଦନ୍ତୀ ଅନନ୍ୟ ।ଏ ମାଟିର କଳା,ସଂସ୍କୃତି,ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉତ୍ସାହ ପ୍ରେମୀ ଯୁବକ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଯେଉଁ ମହୋତ୍ସବ ଆରମ୍ଭ ହୋଇଛି ତାହା ଆଗାମୀ ଦିନରେ ଆହୁରି ଉଚ୍ଚକୋଟୀର ହେଉ ବୋଲି କହିଥିଲେ ।ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଏହି ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ କୂଳରେ ଥିବା ଐତିହାସିକ ପୀଠ ପାପକ୍ଷୟ ଘାଟରେ ରାଜା ଦ୍ଵିତୀୟ ଅନଙ୍ଗ ଭୀମଦେବ ସ୍ନାନ କରି ଆରୋଗ୍ୟ ହୋଇଥିବାରୁ ଏହି ପୀଠର କିମ୍ବଦନ୍ତୀକୁ ଅନୁସରଣ କରି ନିଜ ପାପ ରୁ ପ୍ରାୟଶ୍ଚିତ ପାଇଁ ବହୁ ପର୍ଯ୍ୟଟକ ସ୍ନାନ ପାଇଁ ଆସୁଛନ୍ତି ।ତେଣୁ ଏହି ପୀଠର ମହତ୍ତ୍ୱ ଅତ୍ୟନ୍ତ ମହାନ ।ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଏହାର ଉନ୍ନତି ଓ ସମସ୍ତଙ୍କୁ ଆକୃଷ୍ଟ କରିବା ଭଳିଆ ସୋନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଚେଷ୍ଟିତ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ କମିଟି କୋଷାଧ୍ୟକ୍ଷ ସନ୍ତୋଷ ମହାକୁର,ଉପ ସଭାପତି ଶାଶ୍ଵତ ତ୍ରିପାଠୀ ଉପସ୍ଥିତ ଥିଲେ ।ଏହି ଅବସରରେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଶାଶ୍ଵତ କୁମାର ତ୍ରିପାଠୀଙ୍କୁ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଶାନ୍ତନୁ ସାହୁଙ୍କୁ ଅତିଥି ମାନେ ପାପକ୍ଷୟ ସମ୍ମାନରେ ସମ୍ମାନିତ କରିଥିଲେ ।ସେହିପରି ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିବା କଳାକାର,ଲୋକନୃତ୍ୟ ଓ କଣ୍ଠଶିଳ୍ପୀଙ୍କୁ ଏବଂ ଆୟୋଜିତ ମହୋତ୍ସବର ବିଭିନ୍ନ ଦାୟିତ୍ୱରେ ସଫଳତାର ସହିତ କାର୍ଯ୍ୟ ନିର୍ବାହ କରିଥିବା ବ୍ୟକ୍ତବିଶେଷଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା ।ଶିକ୍ଷକ ହିମାଂଶୁ ଭୂଷଣ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ଉପଦେଷ୍ଟା ଉଷତ ପ୍ରସାଦ କର,କିଣୁ ପାଢୀ ପାପକ୍ଷୟ ସମ୍ମାନ ପତ୍ର ପଠନ ଏବଂ ଶେଷରେ କମିଟି ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଉଦଘୋଷିକା ତନିସା ଅଗ୍ରୱାଲ ଓ ଅଞ୍ଜନ ପ୍ରଧାନଙ୍କ ପରିଚାଳନାରେ ମଞ୍ଚରେ ନୃତ୍ୟ ଗୀତର ମହାପାର୍ବଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ନବୀନ କୁଆଁର,ସ୍ୱରୂପା ସିଂ,ଲିପ୍ସା ମହାରଣା,ପ୍ରିତମ ମିଶ୍ର,ଚେତନାମହି ବେହେରା,ଚୁମକି ପାଢ଼ୀ ଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ,ସୁବର୍ଣ୍ଣପୁର ରୁମୁକୁ ଝୂମାନା,ପଦ୍ମପୁରର ସଙ୍ଗୀତ ସମିତି,କୋରାପୁଟ ଜିଲ୍ଲା ଜୟପୁର କଳା ପରିଷଦ ତରଫରୁ ଲୋକନୃତ୍ୟ ପରିବେଷଣ ରାତି ତମାମ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।ପୁଣ୍ୟ ପୀଠ ପାପକ୍ଷୟ ନାମରେ ନାମିତ ବିନିକା ପାପକ୍ଷୟ ଲୋକ ମହୋତ୍ସବ ସରି ଯାଇଥିବା ବେଳେ ମହୋତ୍ସବ ସ୍ଥାନ ଖାଁ ଖାଁ ହୋଇପଡିଛି ।ହେଲେ ଉତ୍ସାହ ଉଦ୍ଦୀପନା ନେଇ କଳାକାରଙ୍କ ନୃତ୍ୟ,ଗୀତ ଦେଖିବା,ଶୁଣିବା ପାଇଁ ଆସିଥିବା କଲାପ୍ରେମୀ ଦର୍ଶକ ମାନେ ଭୁଲି ପାରି ନାହାଁନ୍ତି ସାଂସ୍କୃତିକ ମହା ପାର୍ବଣକୁ ।ତଥାପି ବି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ମହୋତ୍ସବ ଦେଖି ଫେରୁଥିବା ଦର୍ଶକଙ୍କ ମୁଖରୁ ଶୁଣିବାକୁ ମିଳୁଛି ଜିଁ ଜାଗିଥିଲେ ପୁଣି ଆର ବର୍ଷ କେ ଇ ଜାଗାରେ ଭେଟ ହେମା ଆର ନାଚ ଦେଖମା । ମହୋତ୍ସବ ଆୟୋଜନ ନେଇ ପରିକଳ୍ପନା କରିଥିବା ଯୁବ ସଂଗଠକ ଭୀମସେନ ସାହୁ, କମିଟି ସହ ସମ୍ପାଦକ ନବଜୀବନ ପଣ୍ଡା,ସାଂସ୍କୃତିକ ସଂଯୋଜକ ମଦନ ମୋହନ ହୋତା,କାର୍ଯ୍ୟକ୍ରମ ସମ୍ପାଦନା ହିମାଂଶୁ ଭୁଷଣ ପଣ୍ଡା,ଦେବଦତ୍ତ ପଣ୍ଡା,ଅନୁମତି ଓ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ଆଲୋକ ହୋତା,ରଘୁନାଥ କୁମ୍ଭାର, ଅଶୋକ ପଣ୍ଡା,ରବୀନ୍ଦ୍ର ପାତ୍ର,ଅର୍ଥ ବିଭାଗ ଦାୟିତ୍ୱରେ ଭୀମସେନ ସାହୁ,ଶେଖର ଶର୍ମା,ଆନନ୍ଦ ହୋତା,ସମୀର ରଂଜନ ପଣ୍ଡା,ଗୋବିନ୍ଦା ଅଗ୍ରୱାଲ,କେଦାର ପଣ୍ଡା,ମଣ୍ଟୁ ବାବୁ,ଅତିଥି ସତ୍କାର ରେ ଦ୍ବାରିକାନାଥ ସାହୁ,କିଣୁ ପାଢ଼ୀ,ବିଜୟ ବରାଇ,ଉଷତ କର,ଟିଟୁ ପାଣିଗ୍ରାହୀ,ସୁଧାଂଶୁ ପଣ୍ଡା,ଖାଦ୍ୟ ବିଭାଗରେ ଦୀନବନ୍ଧୁ ମେହେର,ମନୋଜ ପଣ୍ଡା,ସନ୍ତୋଷ ମହାକୁର,ସାଂସ୍କୃତିକ ବିଭାଗରେ ମଦନ ମୋହନ ହୋତା,ସୁଜିତ ଶର୍ମା,ଅଜିତ ସାହୁ,ଜିତେନ୍ଦ୍ର ମଣ୍ଡଳ,ଲାଳସ ନାୟକ, କାର୍ଯ୍ୟାଳୟ ଦାୟିତ୍ୱରେ ହିମାଂଶୁ ଶେଖର,ମୁକେଶ ସାମନ୍ତରାୟ,ହାଡୁ ବଢେଇ,ମିଡ଼ିଆ ସେଲ ରେ ସୃଜନ ପଣ୍ଡା,ଦଧିବାମନ ନାୟକ,ମଞ୍ଚ ପରିଚାଳନା ହିମାଂଶୁ ଭୁଷଣଙ୍କ ସମେତ କମିଟିର ସମସ୍ତ ସଦସ୍ୟ,ପୋଲିସ ପ୍ରଶାସନ ଓ ଅଞ୍ଚଳବାସୀ ସହଯୋଗରେ ଏହି ମହୋତ୍ସବ ସଫଳତାର ସହିତ ସମ୍ପୁର୍ଣ୍ଣ ହୋଇ ଥିବାରୁ କମିଟି ସଭାପତି ସୁଧାଂଶୁ ଶେଖର ଓ ସମ୍ପାଦକ ମାନସ ରଞ୍ଜନ ବେହେରା ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।