-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2023
କଣ୍ଟାବାଞ୍ଜି, (ପ୍ରେରଣା ଖବର) ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଥିଲା l ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ପ୍ରଧାନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷକ ବିଶେଶ୍ୱର ମୁଦୁଲି, ଅଲେଖ ବନଗୋଲା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l କର୍କଟ ରୋଗ ପାଇଁ ଯଦି ଆମେ ମିଳିତ ଭାବେ ସଚେତନତା ସୃଷ୍ଟି କରିବା ତେବେ ରୋଗ କମିବା ସହିତ ରୋଗୀ ଉପକୃତ ହେବେ ବୋଲି ଶ୍ରୀ ଦାଶ ବକ୍ତବ୍ୟ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l